Odisha news

ନବ ବିବାହିତ ଯୁବକ ର ହତ୍ୟା କିଏ କଲା ? ହତ୍ୟାକାରୀ କୁ ଖୋଜି ବାହାର କରୀବାକୁ ଦାବୀ

0

ନୂଆପଡ଼ା – ୧୦/୫ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସଦର ମହକୁମା ୱାର୍ଡ଼ ନମ୍ବର -୧୧, ଶିବଶକ୍ତି ନଗର ର ଜଣେ ନବ ବିବାହିତ ଯୁବକ ର ସବ ଓଡ଼ିଶା – ଛତିଶଗଡ଼ ସୀମାନ୍ତ ମହାସମୁନ୍ଦ ଜିଲ୍ଲା ଅନ୍ତର୍ଗତ କୋମାଖାନ ପୋଲିସ ଷ୍ଟେସନ, କସେକେରା – ଟୋଙ୍ଗୋପାନୀ ରାସ୍ତା ପାର୍ଶ୍ବ ରେ ମୁଁହ ଓ ହାତ ରେ ଟେପ ବନ୍ଧା ହୋଇ ମିଳିବା ଘଟଣା ଅଞ୍ଚଳ ରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଖବର ନେବାରୁ ଜଣା ପଡ଼ିଛି ଯେ  ନୂଆପଡ଼ା ସଦର ଶିବ ଶକ୍ତିନଗର ନିବାସୀ ଶିକ୍ଷକ ମନବୋଧ ତ୍ରିପାଠୀଙ୍କ ଏକ ମାତ୍ର ପୁଅ ମାନସ ରଞ୍ଜନ ତ୍ରିପାଠୀ(୩୨ ବର୍ଷ) ଗତ ୮ ତାରିଖ ସଂଧ୍ୟା ରୁ ନିଖୋଜ ଥିଲେ। ସେ ଫାର୍ମାସିଷ୍ଟ କୋର୍ସ କରିଥିବାରୁ ଆଖ ପାଖ ଅଞ୍ଚଳରେ ବୁଲି ବୁଲି ରୋଗୀ ସେବା କରୁଥିଲେ। ବିଳମ୍ୱିତ ରାତ୍ରୀ ରେ ନ ଆସିବାରୁ ସକାଳେ ଏ ସଂପର୍କ ରେ ନୂଆପଡ଼ା ସଦର ପୋଲିସ ଷ୍ଟେସନ ରେ ନିଖୋଜ ଏତଲା ଦିଆଯାଇଥିଲା। ଗତ ମାସ ୨୩ ଏପ୍ରିଲ ୨୦୨୪ ଦିନ ସେ ଗ୍ରାମ ପିଥୋଡା ଜିଲ୍ଲା ମହାସମୁନ୍ଦ୍ ଛତିଶଗଡ଼ ରୁ ଵିଵାହ କରିଥିଲେ। ତାଙ୍କ ହତ୍ୟା ଖବର  ୯ ତାରିଖ ସଂଧ୍ୟା ରେ ଛତିଶଗଡ ରାଜ୍ୟ ମହାସମୁନ୍ଦ ଜିଲ୍ଲା ରୁ ପ୍ରକାଶିତ ଏକ “ନ୍ୟୁଜୁ ପୋର୍ଟାଲ ବେବାକ ବୟାନ” ରୁ ସବ ଛତିଶଗଡ଼ ରାଜ୍ୟ ଟୋଙ୍ଗୋପାନୀ – କସେକେରା ରାସ୍ତା ରେ ପଡ଼ିଛି ଓ କୋମାଖାନ ପୋଲିସ ଷ୍ଟେସନ କର୍ତ୍ତୃପକ୍ଷ ଫୋରେନ୍ସିକ ଦଳ ସହ ତଦନ୍ତ ଚଳାଇ ପୋଲିସ ଅଚିହ୍ନା ମୃତ ଯୁବକ ର ପରିଚୟ ଖୋଜୁଛନ୍ତି ବୋଲି ଖବର ପ୍ରକାଶିତ ହୋଇଥିବ ଦେଖିବା କୁ ପାଇ କେତେକ ପରିଚିତ ଖବର ଦେଇଥିଲେ । ମୃତ ଯୁବକ ପିନ୍ଧିଥିବା ଟି ସାର୍ଟ ଓ ହାତ ମୁଦି ରୁ ଏହା ମୃତକ ମାନସ  ର ସବ ବୋଲି ପରିବାରଲୋକ  ଚିହ୍ନଟ କରିଥିଲେ। ପ୍ରଥମ ଦୃଷ୍ଟି ରୁ ପୋଲିସ ମାନସ ର ହତ୍ୟା ସନ୍ଦେହ କରୁଛି, ଅନ୍ୟ କୋଉ ସ୍ଥାନ ରେ ହତ୍ୟା କରି ଏଠାରେ ଫିଙ୍ଗି ଦେଇ ଥିବା କୁହାଯାଉଛି । ହତ୍ୟା ପଛରେ କିଏ ଅଛି ତଦନ୍ତ ସାପେକ୍ଷ। ଆଜି ସବ ବ୍ୟବଚ୍ଛେଦ ପରେ ଛତିଶଗଡ଼ ପୋଲିସ ସବ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପୈତୃକ ସ୍ଥାନ ଶିବଶକ୍ତି ନଗର ନୂଆପଡ଼ା ଠାରେ ରେ ଅନ୍ତିମ ସଂସ୍କାର କରାଯାଇଛି। କୋମାଖାନ ଥାନା ରେ ମାନସ ରଞ୍ଜନ ତ୍ରିପାଠୀ ର ହତ୍ୟା ସମ୍ପର୍କ ରେ ଏକ ଲିଖିତ ଏଫଆଇଆର ଦିଆ ଯାଇଛି।  କୋମାଖାନ ପୋଲିସ ହତ୍ୟା ର ତଦନ୍ତ ଅବ୍ୟାହତ ରଖିଛି। ଶାନ୍ତ ସରଳ ନିଷ୍କପଟ ଯୁବକ ର ଏଭଳି ରହସ୍ୟ ଜନକ ହତ୍ୟା ପଛରେ କିଏ ଅଛି ଖୋଜି ବାହାର କରିବାକୁ ସାଧାରଣ ରେ ଦୃଢ଼ ଦାବୀ ହେଉଛି।

Leave A Reply