ଦଶ ବର୍ଷ ହେବ ତିନି କୋଟି ଟଙ୍କା ରେ ନିର୍ମିତ କୋଠା ଖତ ଖାଉଛି : ଫିତା କାଟିବ କିଏ ? ଶୁଭ ମୂହୁର୍ତ୍ତ କୁ ଅପେକ୍ଷା କରିଛି କୋଠା
ନୂଆପଡା- ୧୦/୫(ସୁରେନ୍ଦ୍ର ତିୱାରୀ) ଭଡା ଘରେ ଚାଲିଛି ସରକାରୀ କାର୍ଯ୍ୟାଳୟ । ସରକାରଙ୍କ କୋଟି କୋଟି ଟଙ୍କା ପାଣିରେ ପଡିଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ର ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନୁମ୍ବର ୧୩ ଗାନ୍ଧୀ ନଗର ସ୍ଥିତ ଗୋଡ଼ଧୁଆ ଯିବା ରାସ୍ତା ଡାହାଣ ପାର୍ଶ୍ୱରେ ନିର୍ମିତ ହୋଇଥିବା ତିନି କୋଟି ଟଙ୍କାର କୋଠା ଘର।ପାଖା ପାଖି ଦଶ ବର୍ଷରୁ ଉର୍ଦ୍ଧ ହେବ ଏହି ତିନି କୋଟି ଟଙ୍କାର ବିଲଡିଙ୍ଗ ନିର୍ମାଣ ସାରିଛି ପୂର୍ତ୍ତ ବିଭାଗ କହୁଛି ଆମର ଅଫିସ ତରଫରୁ କାମ ହୋଇନାହିଁ ଅନ୍ୟ ପଟେ ଗ୍ରାମ୍ୟ ଉନ୍ନୟନ ବିଭାଗ କହୁଛି ଆମର କାମ ନୁହେଁ ହେଲେ ଏତେ ଟଙ୍କାର କୋଠା ଘର କଣ ଭୂତ ଆସିକି ନିର୍ମାଣ କରିଛି କି ହେଲେ ଏହି ବିଲଡିଙ୍ଗ କାର୍ଯ୍ୟରେ ଆସିପାରୁ ନାହିଁ। ଭୂତ କୋଠି ସାଜିଛି ଏହି ତିନି କୋଟି ଟଙ୍କାର ବିଲଡିଙ୍ଗ। ସରକାରଙ୍କ ମାଲ ଦରିଆ ମେ ଡାଲ ସଦୃଶ୍ୟ। କେଉଁ ଉଦେଶ୍ୟରେ ଏଠାରେ ଏତେ ଟଙ୍କାର ବିଲଡିଙ୍ଗ ତିଆରି ହେଲା ଓ କାହିଁକି ଦଶ ବର୍ଷରୁ ଉର୍ଦ୍ଧ ହେବ କାର୍ଯ୍ୟକାରୀ ହେଉନାହିଁ ତାହା ସାଧାରଣ ରେ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି। ବିଲଡିଙ୍ଗ ଏତେ ଉଚ୍ଚ ମାନର କାମ ହୋଇଛି ଯେ ବିଲଡିଙ୍ଗ ଦଶ ବର୍ଷରୁ ଉର୍ଦ୍ଧ ହେବ କୋଣସି ପାଖେ ଦାଗ ମଧ୍ୟ୍ୟ ହୋଇନାହିଁ। ସରକାରିଆ କର୍ମଚାରୀମାନେ ଭଡା ଘରେ ରହୁଛନ୍ତି।ସରକାରୀ କାର୍ଯାଳୟ ଭଡାରେ ଚାଲିଛି। ଯତଦ୍ୱାରା ସରକାରୀ ଖଜଣା କୁ ଯିବା ଅର୍ଥ ଯାଇପାରୁ ନାହିଁ। ଫଳରେ ରାଜସ୍ବ ଅର୍ଥ ହରାଇବାକୁ ପଡୁଛି।କାହିଁକି କୋଟି କୋଟି ଟଙ୍କାର ବିଲଡିଙ୍ଗ ଭୂତ କୋଠି ସାଜିଛି, କେଉଁ ଉଦେଶ୍ୟ ରେ ଏହି ବିଲଡିଙ୍ଗ ତିଆରି ହେଲା, କାହିଁକି ବିଲଡିଙ୍ଗ କାର୍ଯ୍ୟକାରି ହେଉନାହିଁ ନାନାଦି ପ୍ରଶ୍ନ ସୃଷ୍ଟି ହେଉଛି ସାଧାରଣ ରେ। ତେଣୁ ବୁଦ୍ଧିଜୀବୀ ମହଲରେ ତୁରନ୍ତ ଏହି ବିଲଡିଙ୍ଗ ଙ୍କୁ କାର୍ଯ୍ୟକାରୀ କରିବାକୁ ଦାବୀ ହେଉଛି।ଏଥି ପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି ।