ନୂଆପଡ଼ା -୧/୫( ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ମୁଣ୍ଡାପଲା ପଞ୍ଚାୟତ ବଙ୍ଗାମୁଣ୍ଡା ଗ୍ରାମ ସ୍ଥିତ ଜୟବୀର ହନୁମାନ ଷ୍ଟୋନ କ୍ରସର ଠାରେ ଶ୍ରୀ ଶ୍ରୀ ବୀର ହନୁମାନ ପ୍ରଭୁ ଙ୍କ ଦ୍ୱିତୀୟ ବର୍ଷ ମନ୍ଦିର ପ୍ରତିଷ୍ଠା ଓ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠାନ ସହ ପ୍ରସାଦ ସେବନ ହର୍ଶ ଉଲ୍ଲାସ ରେ ପାଳିତ ହେଇ ଯାଇଛି। ଏ ଅବସର ରେ ଆଖ ପାଖ ଅଞ୍ଚଳ ର ହଜାର ହଜାର ଶ୍ରଦ୍ଧାଳୁ ନାମ ଯଜ୍ଞ ଅନୁଷ୍ଠାନ ରେ ଯୋଗଦେଇ ପ୍ରସାଦ ସେବନ କରିଥିଲେ। ଉକ୍ତ ଆୟୋଜନ ର କର୍ତ୍ତା ଆହୁତି ଦେବୀ ସାହୁ, ଶ୍ରୀମତି ଲଲେଶ୍ରୀ ସାହୁ, ମଦନ ସାହୁ,ଦେଓ ଧର ସାହୁ, ଶ୍ରୀମତି କାନ୍ତି ସାହୁ, ଶ୍ରୀମତି ଜାନକୀ ସାହୁ, ଓ ଗୋପାଳ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଳୁ ଙ୍କ ପାଇଁ ଉତ୍ତମ ବ୍ୟବସ୍ଥା କରିଥିଲେ। ସିଂହାସନ ପ୍ରତିଷ୍ଠା, ପ୍ରସାଦ ପ୍ରତିଷ୍ଠା ଓ ଚଣ୍ଡୀ ପାଠ ସହ ଶେଷ ଦିନ ପୂର୍ଣ୍ଣାହୂତୀ ବିଗ୍ରହ ପୁଜା, କଳସୀ ରୋହଣ, ଧ୍ଵଜା ରୋହଣ , ନାମ ବିଶ୍ରାମ ଓ ପ୍ରସାଦ ସେବନ କରିଥିଲେ ଶ୍ରଦ୍ଧାଳୁ। ଉପରୋକ୍ତ ତିନି ଦିନିଆ ଏହି ଧାର୍ମିକ ଆୟୋଜାନ ରେ ସହସ୍ରାଧିକ ଲୋକଙ୍କ ସମାଗମ ହୋଇଥଲା।