Odisha news

ମିନିଟ୍ରକ ଦୁର୍ଘଟଣାରେ ୩ ମୁତ ୨୯ ଗୁରୁତର 

 ନୁଆଗଡ-: ମଙ୍ଗଳବାର ଦିନ ୧୧ଟା ସମୟରେ ମୋହନା ଥାନାର ଜାମଡିଅ ଗ୍ରାମର ଲୋକେମାନେ ଏକ ମିନିଟ୍ରକରେ ରା,ଉଦୟଗିରି ଥାନାର ତୁମୁନ ଗ୍ରାମ ବିଭାହ ଭୁଜିକୁ ଯୋଗ ଦେବାକୁ ଆସୁଥିବା ସମୟରେ କକଡାଗୁଡା ଗ୍ରାମ ନିଟରେ ବୁଲାଣି ଠାରେ ଗାଡିଟି ଭାରସାମ୍ୟ ହରାଇବା ଦ୍ବାରା ମିନିଟ୍ରକ୍ ଟି ମକାବାଡରେ ଓଲୋଟି ପଡିଥିଲା ଏଥିରେ ୩ ଜଣ ମୃତ୍ୟୁ ଘଟିଛି । ଏଥିସହ ୨୯ ଗୁରୁତର ସହ ୩୨ ଆହତ ହୋଇଛନ୍ତି। ଦୁର୍ଘଟଣା ଖବର ସୁଣି ସ୍ଥାନୀୟ ପୁଲିସ ପହଞ୍ଚି ଦୁର୍ଘଟଣା ଆହତ ଲୋକେମାନଙ୍କୁ ଅଗ୍ନିଶମ ବିଭାଗ ଦ୍ବାରା ଉଧାର କରି ରା,ଉଦୟଗିରି ଚିକିତ୍ସା କରିବା ଭତି କରାଯାଇଛି ।
ସ୍ଥାନୀୟ ୩ ଜଣକୁ ମୃତ୍ୟୁ ଘୋସଣା କରିବା ସହ ଅନ୍ୟ ଆହତମାନଙ୍କୁ ଚିକିତ୍ସା କରାଯାଇଥିଲା ଗୁରୁତ୍ବର ୨୯ ଆହତମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଛି ଅନ୍ୟମାନଙ୍କର ଚିକିତ୍ସା କରାଯାଇଛି । ଘଟଣାସ୍ଥଳରେ ପୁଲିସ ପହଁଞ୍ଚି ତଦନ୍ତ ଚାଲିଛି ।  ଏହି ଗାଡିରେ ୬୦ ଜଣଙ୍କୁ ଧରି ଆସୁଥିଲା ।  ମୁତକ ମାନେହେଲେ ଜାମଢିଅ ଗ୍ରାମର ଜୟନ୍ତ ଦଳବେହେରା(20) ଓ ଗାୟତ୍ରୀ ରଇତ (୧୮) ପଠାଯାଇଥିବା ଗୁରୁତ୍ବର ଆହତଥିକା ବାଳକର ବ୍ରହ୍ମପୁର ବଡମେଡିଲରେ ଗାଇତ୍ରି ଗମାଙ୍ଗ (୫) ମୃତ ବରଣ କରିଛି । ଏ ନେଇ ରା,ଉଦୟଗିରି ଥାନାରେ ୨୮\୨୧ ରେ ମାମଲା ରୁଜୁକରି ଏହାର ଅଧିକ ତଦନ୍ତ ଚଲାଇଛି । ମୃତ୍ୟୁ ବଶ ଗୁଡିକକୁ ପାରଳାଖେମଣ୍ଡି ମେଡିକଲକୁ ଶବ ବେବସ୍ଥଦ ପଠାଇଛି ।

Comments are closed.