Odisha news

ପ୍ରକୃତରେ ଓଡ଼ିଆ ସାହିତ୍ୟ ଜଗତର ସମ୍ରାଟ ଉପେନ୍ଦ୍ର ଭଞ୍ଜ

ବୁଗୁଡା : ବୁଗୁଡ଼ା ର ପ୍ରସିଦ୍ଧ ବିରଞ୍ଚି ନାରାୟଣ ମନ୍ଦିରରେ ଭଞ୍ଜ ଓ କବିସୂର୍ଯ୍ୟ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ପ୍ରମୋଦ ଚନ୍ଦ୍ର ପାଢ଼ୀ ଅଧ୍ୟକ୍ଷତା କରିଥିବା ବେଳେ ମହନ୍ତ ଭକ୍ତରାମ ଦାସ ଅତିଥି ଭାବେ ଯୋଗଦେଇ ମନ୍ଦିର ପରିସରରେ ଥିବା କବି ସମ୍ରାଟ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଗଞ୍ଜାମ ର ଏହି ବରପୁତ୍ର ଙ୍କ ଦ୍ଵାରା ଆମେ ଓଡ଼ିଶା ଦରବାରରେ ପରିଚିତ ହୋଇ ପାରିଛେ।  ଓଡ଼ିଆ ସାହିତ୍ୟ ଜଗତରେ ଉପେନ୍ଦ୍ରଭଞ୍ଜ କାଳିଦାସ ଙ୍କ ସମ ।ଆଲୋଚକ ମାନଙ୍କ ଦ୍ଵାରା ଏହି ମତ ପ୍ରକାଶ ପାଇଥିଲା। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରୀ ଶଙ୍କର ମିଶ୍ର, ସାହିତ୍ୟିକ ଅନନ୍ତ କର, ଶଙ୍କୁଲାୟୀ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ କୃତିବାସ ପଟ୍ଟନାୟକ,  ଶିକ୍ଷକ ବୈଷ୍ଣବ ଚରଣ ଦାଶ, ନାରାୟଣ ଗନ୍ତାୟତ, ଉମାକାନ୍ତ ଦାଶ, କୃଷ୍ଣଚନ୍ଦ୍ର ଦାଶ, ପ୍ରମୁଖ ଆଲୋଚନା କରିଥିଲେ।
Nalco

Comments are closed.