ମହାକାଳପଡ଼ା (୧୬/୦୨) -ମହାକାଳପଡ଼ା ବ୍ଲକ ନିଗମାନନ୍ଦ ସରକାରୀ ଉଚ୍ଚବିଦ୍ୟାଳୟ ରାହାମାର ସୁବର୍ଣ୍ଣଜୟନ୍ତୀ ଉତ୍ସବ ପାଳନ ପାଇଁ ପୂର୍ବତନ ଛାତ୍ରଛାତ୍ରୀମାନଙ୍କର ଏକ ପସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନିଗମାନନ୍ଦ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କାଳନ୍ଦି ଚରଣ ମହାରଣାଙ୍କ ଅଧ୍ୟକ୍ଷତାରେ କୋଭିଡ଼୍-୧୯ ନିୟମକୁ ପାଳନ କରି ସାମାଜିକ ଦୂରତା ଅବଲମ୍ବନ କରି ପୁରାତନ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଛାତ୍ର ସଂସଦର ସଭାପତି ଶ୍ରୀଯୁକ୍ତ ବାଣିିଭୂଷଣ ନାୟକ, ଉପସଭାପତି ଲକ୍ଷ୍ମୀଧର ରାଜ, ଦୈତାରୀ ବରାଳ, ଶ୍ରୀବତ୍ସ ନାୟକ, ସୁବାଷ ମହାନ୍ତି, ସଚିକାନ୍ତ ରାଉତ, ସୁରେନ୍ଦ୍ର ନାୟକ, ନିରଞ୍ଜନ ନାୟକ, ଲକ୍ଷ୍ମଣ କୁଣ୍ଡୁ, ଶରତ ଚନ୍ଦ୍ର ଗାହାଣ, ନୃସିଂହ ଚରଣ ସାମଲ, ତଥା ବିଦ୍ୟାଳୟର ଦୁଇଜଣ ଶିକ୍ଷକ ଶ୍ରୀଯୁକ୍ତ କୁଶଦେବ ନାୟକ, କୈଳାସ ଚନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ରହି ବିଦ୍ୟାଳୟର ୫୦ ବର୍ଷ ପୁର୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ଏକ ଯୋଜନା ପ୍ରସ୍ତୁତି କରାଯାଇଥିଲା ।
Comments are closed.