ରଣପୁର- ଦ୍ୱିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ରଣପୁର ରଥଯାତ୍ରା ପାଇଁ ରଥ ନିର୍ମାଣ ନିମନ୍ତେ କାଠ ଅନୂକୁଳ ପାଇଁ ବନ ବିଭାଗକୁ ଜଗନ୍ନାଥ ମନ୍ଦିର ରୁ ଆଜ୍ଞାମାଳ ପ୍ରଦାନ କରାଯିବା ସହ ରଥ କାଠ ଅନୂକୁଳ କରାଯାଇଥିବା ଜଣାପଡିଛି । ପ୍ରତେକ ବର୍ଷ ଭଳି ଚଳିତ ବର୍ଷ ପବିତ୍ର ମାଘ ସପ୍ତମୀ ତୀଥିରେ ରଥ କାଠ ଅନୂକୁଳ କରାଯାଏ । ଏଥି ସହ ରଥ ନିର୍ମାଣ ପାଇଁ ଆବଶ୍ୟକୀୟ କାଠ ରଣପୁର ବନ ବିଭାଗ ଯୋଗାଇଥାଏ । ତେବେ ଆଜି ସକାଳୁ ରଣପୁର ଶ୍ରୀ ମନ୍ଦିର ରୁ ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ଦେବୋତ୍ତର ମ୍ୟାନେଜର ରମେଶ ପ୍ରଧାନ ଙ୍କ ନେତୃତ୍ୱରେ ୪ ଜଣ ସେବାୟତ ଯଥା ପ୍ରଫୁଲ କୁମାର ରଥ , ପ୍ରଫୁଲ କୁମାର ମହାପାତ୍ର , ସୁକାନ୍ତ ପଢିଆରି , ଜଗଦିଶ ରଣା ଓ ୩ ରଥ ର ମୁଖ୍ୟ ମହାରଣା କବିରାଜ ମହାରଣା ସମେତ ବନ ବିଭାଗ ଅଫିସ କୁ ଯାଇ ବନ ଅଧିକାରୀ ଶରତ ଚନ୍ଦ୍ର ଶତପଥି ଙ୍କୁ ଆଜ୍ଞାମାଳ ପ୍ରଦାନ କରିଥିଲେ ।
Comments are closed.