Odisha news

ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ : ଚାଷୀ କଲବଲ

0
ନିରାକାରପୁର,୨୫/୧୨: ଲଘୁଚାପ ଜନିତ ଲଗାଣ ବର୍ଷାରେ ଖୋର୍ଦ୍ଧା ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଲଗାଣ ବର୍ଷା ଯୋଗୁଁ ଲୋକମାନେ ଘରୁ ବାହାରକୁ ବାହାରି ପାରୁ ନାହାନ୍ତି। ବଜାର ଘାଟ ଶୁନଶାନ୍ ହୋଇପଡିଛି। ସେହିପରି ଚାଷୀ ନିଜର ଅମଳ ଧାନ କୁ ପାଣିରୁ ବାହାରକୁ ଆଣିବା ପାଇଁ କଲବଲ ହେଉଛି। ପାଣି ହଜାର ହଜାର ହେକ୍ଟର ଜମିରେ ପଶି ଥିବାବେଳେ କଟା ଧାନ ଫସଲ ଗଜା ହୋଇ ସାରିଲାଣି। ଅଦିନିଆ ବର୍ଷା ରେ ଗୋଳବାଇଶାସନ ର ମୌଜା – ଗୋଳବାଇ, ନିରାଶ୍ରୟ, ଇଛାବାନ, ଇଚ୍ଛାପୁର, କାଳିବତୀ, ମୋଟା, କଞ୍ଚିଲୋ ଆଦି ସମେତ ନିରାକାରପୁର, ରାମେଶ୍ବର ଚନ୍ଦନପୁର, ତାଳପଡ଼ା, ମିରିଗଦୟନୀ, ଡିଆ ପଞ୍ଚାୟତର ଫସଲ ନଷ୍ଟ ହୋଇଛି। ତୁରନ୍ତ ବିଭାଗୀୟ ଅଧିକାରୀ ଅନୁସନ୍ଧାନ କରି କ୍ଷତି ପୂରଣ ପ୍ରଦାନ କରିବାକୁ ଦାବି ହେଉଛି।
Leave A Reply