Odisha news

ଟାଙ୍କୋଳ ରେ ୧୮ ଟିକିଆ ହାତୀ ପଲ ଦ୍ଵାରା ଧାନ ଫସଲ ନଷ୍ଟ :ବହୁ ଚାଷୀ କ୍ଷତିଗ୍ରସ୍ତ

0
ନିରାକାରପୁର,୩/୯: ଗତ କିଛି ଦିନ ହେବ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଞ୍ଚଳ ଅଧୀନସ୍ଥ କମାଗୁରୁ ଓ ଟାଙ୍କୋଳ ଅଞ୍ଚଳ ରେ ୧୮ ଟିକିଆ ହାତୀ ପଲ ରାତି ହେଲେ ଧାନ ଜମି ରେ ପଶି ଉତ୍ପାତ କରୁଛନ୍ତି। ଏମାନେ ଦିନରେ ନିକଟସ୍ଥ ଜଙ୍ଗଲରେ ରହୁ ଥିବାବେଳେ ସଂଧ୍ୟାହେଲେ ସଦଳବଳେ ଆସି ଧାନ ଖାଉଥିବା ବେଳେ ଗଛ କୁ ଦଳିଚକଟି ନଷ୍ଟ କରି ପକାଉଛନ୍ତି। ଗତକାଲି ହାତୀ ପଶି ଗ୍ରାମର ମାୟାଧର ସେଠୀ, ରତ୍ନାକର ପ୍ରଧାନ, ଭବାନୀ ଜୟସିଂହ,କାର୍ତ୍ତିକ ସେଠୀ, ଅଜୟ ରଣସିଂହ, ଗଦାଧର ରଣସିଂହ, ଶ୍ୟାମ ସୁନ୍ଦର ଦାସ, ଗଙ୍ଗାଧର ପ୍ରଧାନ,ପ୍ରଭାକର ଜୟସିଂହ, ସର୍ବେଶ୍ଵର ଜୟସିଂହ, ମୃତ୍ୟୁଞ୍ଜୟ ଜୟସିଂହ, ଓ ଉପେନ୍ଦ୍ର ରଣସିଂହ ପ୍ରମୁଖ ଙ୍କ ସମେତ ବହୁ ଚାଷୀଙ୍କ ଧାନ ଫସଲ ନଷ୍ଟ ହୋଇଥିବା ଜଣାପଡିଛି।ଏମାନଙ୍କୁ ତୁରନ୍ତ ସରକାରୀ ସାହାଯ୍ୟ ପ୍ରଦାନ ପାଇଁ ଦାବି ହୋଇଛି।
Leave A Reply