Odisha news

ଟାଙ୍କୋଳରେ ପେପର ଖଲି ତାଲିମ ଶିବିର ଉଦ୍ଘାଟିତ

0
ନିରାକାରପୁର,୧୮/୯: ଖୋର୍ଦ୍ଧା ଜିଲ୍ଲା ଟାଙ୍କୋଳ ଗ୍ରାମରେ ଆଜି ଏକ ପେପର ଖଲି ତାଲିମ ଶିବିର ଉଦଘାଟିତ ହୋଇଯାଇଛି। ଇଡି ଆଇଆଇ, ଅହମଦାବାଦ ଙ୍କ ଆନୁକୁଲ୍ୟରେ ଅକ୍ସେଞ୍ଚର ଆର୍ଥିକ ସହାୟତାରେ ଖୋର୍ଦ୍ଧା ଜିଲ୍ଲା ତାଲିମ ପ୍ରଦାନକାରୀ ସଂସ୍ଥା ବିଶ୍ଵ ଜୀବନ ସେବା ସଂଘ ସହଯୋଗରେ ଏମ ଏସ ଡି ପି ପ୍ରୋଗ୍ରାମ ଜରିଆରେ ଏକ ୨୬ ଦିନିଆ ପେପର ଖଲି ତାଲିମ ଶିବିର ଉଦଘାଟନ ଉତ୍ସବରେ ଅତିଥି ଭାବେ ସରପଂଚ ବୀରେଶ କୁମାର ରାଜଗୁରୁ, ସମିତି ସଭ୍ୟ ରତ୍ନାକର ସାହୂ, ଇଡି ଆଇ ଆଇ ପ୍ରୋଗ୍ରାମ ସଂଯୋଜକ ସୈତେ ସୁତ୍ରଧର, ବିଶ୍ଵ ଜୀବନ ସେବା ସଂଘ ସମ୍ପାଦକ ବୈଦ୍ୟନାଥ ବରାଳ, ନିର୍ମଳ ସ୍ୱାଇଁ, ରାଧା ଶ୍ୟାମ ବିଶ୍ଵାଳ , ପ୍ରାକ୍ତନ ନାବାର୍ଡ ଏ ଜି ଏମ ସୁବାସ ଚନ୍ଦ୍ର ମଙ୍ଗରାଜ ଓ ବିଶ୍ଵନାଥ ସାହୁ ପ୍ରମୁଖ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହି ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିଥିଲେ। ଏହି  ପ୍ରଶିକ୍ଷଣ ନେବା ପାଇଁ ୧୨୦ ଜଣ ମହିଳା ଙ୍କ ମଧ୍ୟରୁ ୫୦ ଜଣଙ୍କୁ ଗେଟ ମଧ୍ୟରେ ସିଲେକ୍ସନ କରାଯାଇଛି।
Leave A Reply