ନିରାକାରପୁର,୫/୧୦: ଖୋର୍ଦ୍ଧା ଜିଲ୍ଲା ନିରାକାରପୁରସ୍ଥିତ କ୍ଷେତ୍ରବାସୀ ଡି ଏ ଭି ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକଙ୍କୁ କୌଣସି ଟିଉସନ ରେ ଲିପ୍ତ ନ ରହିବାକୁ ଅଧକ୍ଷ।ଙ୍କ କାର୍ଯ୍ୟାଳୟରୁ ଏକ ସୂତନ୍ତ୍ ଚିଠି ନଂ ୨୫୬/୨୩ ଦ୍ଵାରା ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଶୁଣିବାକୁ ମିଳୁଛି ସମସ୍ତେ ଅଧକ୍ଷ୍ ଙ୍କ ଚିଠିକୁ କେବଳ ସମ୍ମାନ ଜଣାଇ କୌଣସି ଘରୋଇ କୋଚିଙ୍ଗ କିମ୍ବା ଟିଉସନରେ ଲିପ୍ତ ନ ରହିବାକୁ ଅଣ୍ଡର ଟେକିଙ୍ଗ ଦେଇଛନ୍ତି ସତ କିନ୍ତୁ ବର୍ତ୍ତମାନ ନିର୍ଦ୍ଦେଶକୁ ଫୁ କରି ଖୁଲମଖୁଲା କିଛି ସରକାରୀ ବେତନ ଭୋଗୀ ଅଧ୍ୟାପକ ମାନେ ବିଭିନ୍ନ କୋଚିଙ୍ଗ ଓ ଟିଉସନକୁ ଯାଉଥିବା ଅଭିଯୋଗ ହେଉଛି । ସୂଚନାଯୋଗ୍ୟ ନିରାକାରପୁର କଲେଜର ସରକାରୀ ଓ ପରିଚଳନ ମଣ୍ଡଳୀ ଅନୁଦାନ ପ୍ରାପ୍ତ ଅଧ୍ୟାପକ ମାନେ ବିଭିନ୍ନ ଟିଉସନ ଓ କୋଚିଙ୍ଗ ସେଣ୍ଟର୍ ରେ ଶିକ୍ଷାଦାନ କରୁଥିଲେ। ଏ ବାବଦରେ କୌଣସି ସୂତ୍ରରୁ ଖବର ପାଇ ଅଧକ୍ଷା ବ୍ରତତୀ ମିଶ୍ର ଏକ ସ୍ଵତନ୍ତ୍ର ଚିଠି ନଂ ୨୫୬/୨୩ ରେ କୌଣସି ଅଧ୍ୟାପକ ଅଧ୍ୟାପିକା ଘରୋଇ ଟିଉସନ କିମ୍ବା କୋଚିଙ୍ଗ ସେଣ୍ଟର୍ ରେ ଶିକ୍ଷାଦାନ ନ କରିବା ପାଇଁ ଅଣ୍ଡର ଟେକିଙ୍ଗ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏକ୍ସଟ୍ରା ଇନକମ ର ଏମିତି ନିଶା ଧରିଛି ଯେ ଅଧ୍ୟାପକ ମାନେ କଲେଜ କ୍ଲାସ କୁ ଗୁରୁତ୍ୱ ଅପେକ୍ଷା କୋଚିଙ୍ଗ ପାଇଁ ସବୁ ନିୟମକୁ ଦଳି ଚକଟି କୋଚିଙ୍ଗ ସେଣ୍ଟର୍ ଦୌଡ଼ୁଥିବା ରୁ ଅଧକ୍ଷ୍ୟା କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।