Odisha news

ନିରାକାରପୁର କଲେଜ ଅଧ୍ୟକ୍ଷା ଙ୍କ ନିର୍ଦ୍ଦେଶକୁ ଫୁ : ଘରୋଇ ଟିଉସନ ମାତିଛନ୍ତି ସରକାରୀ ଅଧ୍ୟାପକ

0
ନିରାକାରପୁର,୫/୧୦: ଖୋର୍ଦ୍ଧା ଜିଲ୍ଲା ନିରାକାରପୁରସ୍ଥିତ କ୍ଷେତ୍ରବାସୀ ଡି ଏ ଭି ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକଙ୍କୁ କୌଣସି ଟିଉସନ ରେ ଲିପ୍ତ ନ ରହିବାକୁ ଅଧକ୍ଷ।ଙ୍କ କାର୍ଯ୍ୟାଳୟରୁ ଏକ ସୂତନ୍ତ୍ ଚିଠି ନଂ ୨୫୬/୨୩ ଦ୍ଵାରା ନିର୍ଦ୍ଦେଶ   ଦିଆଯାଇଥିଲା। କିନ୍ତୁ ଶୁଣିବାକୁ ମିଳୁଛି ସମସ୍ତେ ଅଧକ୍ଷ୍ ଙ୍କ ଚିଠିକୁ କେବଳ ସମ୍ମାନ ଜଣାଇ  କୌଣସି ଘରୋଇ କୋଚିଙ୍ଗ କିମ୍ବା ଟିଉସନରେ ଲିପ୍ତ ନ ରହିବାକୁ  ଅଣ୍ଡର ଟେକିଙ୍ଗ ଦେଇଛନ୍ତି ସତ କିନ୍ତୁ ବର୍ତ୍ତମାନ ନିର୍ଦ୍ଦେଶକୁ ଫୁ କରି ଖୁଲମଖୁଲା କିଛି ସରକାରୀ ବେତନ ଭୋଗୀ ଅଧ୍ୟାପକ ମାନେ ବିଭିନ୍ନ କୋଚିଙ୍ଗ ଓ   ଟିଉସନକୁ ଯାଉଥିବା ଅଭିଯୋଗ ହେଉଛି । ସୂଚନାଯୋଗ୍ୟ ନିରାକାରପୁର କଲେଜର ସରକାରୀ ଓ ପରିଚଳନ ମଣ୍ଡଳୀ ଅନୁଦାନ ପ୍ରାପ୍ତ ଅଧ୍ୟାପକ ମାନେ ବିଭିନ୍ନ ଟିଉସନ ଓ କୋଚିଙ୍ଗ ସେଣ୍ଟର୍ ରେ ଶିକ୍ଷାଦାନ କରୁଥିଲେ। ଏ ବାବଦରେ କୌଣସି ସୂତ୍ରରୁ ଖବର ପାଇ ଅଧକ୍ଷା ବ୍ରତତୀ ମିଶ୍ର ଏକ ସ୍ଵତନ୍ତ୍ର ଚିଠି ନଂ ୨୫୬/୨୩ ରେ କୌଣସି ଅଧ୍ୟାପକ ଅଧ୍ୟାପିକା ଘରୋଇ ଟିଉସନ କିମ୍ବା କୋଚିଙ୍ଗ ସେଣ୍ଟର୍ ରେ ଶିକ୍ଷାଦାନ ନ କରିବା ପାଇଁ ଅଣ୍ଡର ଟେକିଙ୍ଗ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏକ୍ସଟ୍ରା ଇନକମ ର ଏମିତି ନିଶା ଧରିଛି ଯେ ଅଧ୍ୟାପକ ମାନେ କଲେଜ  କ୍ଲାସ କୁ ଗୁରୁତ୍ୱ ଅପେକ୍ଷା କୋଚିଙ୍ଗ ପାଇଁ ସବୁ ନିୟମକୁ ଦଳି ଚକଟି କୋଚିଙ୍ଗ ସେଣ୍ଟର୍ ଦୌଡ଼ୁଥିବା ରୁ ଅଧକ୍ଷ୍ୟା କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।
Nalco
Leave A Reply