Odisha news

ଜଂକିଆ ଥାନା ସବ୍ଇନ୍ସପକ୍ଟ ଉନ୍ମୁକ୍ତ କାଣ୍ଡ ଘଟାଇ ନିଲମ୍ବିତ

0
ନିରାକାରପୁର,୧୧/୯:  ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନାରେ କାର୍ଯ୍ୟ ରତ ସବ୍ଇନ୍ସପେକ୍ଟର ନିରଜଂନ ମହାନ୍ତି  ମଦ୍ୟପାନ କରି ଜଣେ ବ୍ୟକ୍ତି ଙ୍କୁ ମାଡ ମାରି ମୁଣ୍ଡ ପଠାଇବା ଘଟଣାରେ  ଜିଲ୍ଲା ଆରକ୍ଷୀ  ଅଧିକ୍ଷକ କାର୍ଯ୍ୟରୁ  ନିଲମ୍ବିତ କରିଛନ୍ତି। ସୂଚନାରୁ ଜଣାପଡିଛି  ବାଲିଗାଡିଆ ଗ୍ରାମର ନବକିଶୋର ହରିଚନ୍ଦନ ନିଜର ଜଣେ ସଂମ୍ପର୍କୀୟ ସହିତ କୈ।ଣସି ଏକ କାର୍ଯ୍ୟ ରେ ଥାନାକୁ ଯାଇଥିବା ବେଳେ ଥାନା ସବ୍ଇନ୍ସପେକ୍ଟର ନିରଜଂନ ମହାନ୍ତି ସହିତ ଯୁକ୍ତିତର୍କ ହୋଇଥିଲା।ସବ୍ଇନ୍ସପେକ୍ଟର ନିରଜଂନ ମହାନ୍ତି ଉତକ୍ଷିପ୍ତ ହୋଇ ଏକ ଟେକାରେ ନବକିଶୋର ମୁଣ୍ଡକୁ ଫୋପାଡ଼ି ଦେବାରେ ନବକିଶୋର ମୁଣ୍ଡ ଫାଟି ଯାଇଥିଲା।ନବକିଶୋର ଖୋର୍ଦ୍ଧା ମେଡ଼ିକାଲ ରେ ଚିକିତ୍ସିତ ହୋଇ ସୁସ୍ଥଥିବା ଜଣାପଡିଛି।ଏନେଇ ଜଂକିଆ ଗ୍ରାମପଞ୍ଚାୟତ ସମିତି ସଭ୍ୟ ଥାନାକୁ ଯାଇ ପଚରାଉଚରା କରି ବୁଝାବୁଝି କରୁଥିବା ବେଳେ ସବ୍ଇନ୍ସପେକ୍ଟର ଜଣଙ୍କ ସମିତି ସଭ୍ୟଙ୍କୁ ମଧ୍ୟ ମାଡ ମାରିଥିଲେ।ଏ ନେଇ ସ୍ଥାନୀୟ ଜଂକିଆ ବାଲିଗାଡିଆ ଲୋକେ ଥାନା ସମ୍ମୁଖରେ ତାଲା ପକାଇ ସବ୍ଇନ୍ସପେକ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ପ୍ରତିବାଦ କରିଥିଲେ। କାର୍ଯ୍ୟ ରତ ସବ୍ଇନ୍ସପେକ୍ଟରଙ୍କ ଏଭଳି କାର୍ଯ୍ୟକୁ ସ୍ଥାନୀୟ ଲୋକେ ନାପସନ୍ଦ କରି ଥିବା ବେଳେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।
Leave A Reply