Odisha news

ନକଲି ୱାଇ ଫର୍ମ ଦେଖାଇ ଚୋରା ମାଙ୍କଡ଼ା ପଥର ଚାଲାଣ ଘଟଣା: ୩ ଗିରଫ,ଟ୍ରକ ବାଇକ ସହ ରବର ଷ୍ଟାମ୍ପ,ପ୍ରିଣ୍ଟ ମେସିନ ଜବତ

0
ନିରାକାରପୁର,୧୪/୭: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ଅଞ୍ଚଳରୁ ଦୈନଦିନ ଏକାଧିକ ଗାଡି ଚୋରା ମାଙ୍କଡ଼ା ପଥର ଚୋରା ଚାଲାଣ କରୁଥିବା ଅଭିଯୋଗ ହେଉଛି। ଟାଙ୍ଗୀ ତହସିଲାଦର୍ ଙ୍କ ନିର୍ଦ୍ଦେଶରେ ଅଚ୍ୟୁତପୁର ଓ ଛଣଗିରି ରାଜସ୍ୱ ଅଧିକାରୀ ଦ୍ବୟ ଗୟାବନ୍ଧ ନିକଟରେ ପଥର ଗାଡି ଅନୁମତି ପତ୍ର ଯାଞ୍ଚ କରୁଥିବା ବେଳେ ଏକ ଗାଡ଼ିକୁ ଗତ ୪ ତାରିଖରେ ଧରିଥିଲେ। ହଠାତ୍ ସେଠାକୁ ଗାଡି ମାଲିକ ଏକ ବାଇକ ନଂ ଓଡି ୨୫ ବି ୨୯୦୧ରେ ଆସି ପହଞ୍ଚି ଜବରଦସ୍ତି ପଥର ଗାଡ଼ିକୁ ସେଠାରୁ ନେବା ସହିତ ନକଲି ୱାଈ ଫର୍ମ ଦେଇ ପକାଇଥିଲା। ପରେ ଯାଞ୍ଚ କରିବାରୁ ଏହା ନକଲି ବୋଲି ଜଣାପଡିଥିଲା। ଏ ନେଇ ଜଙ୍କିଅ ଥାନାରେ ଛଣଗିରି ଆର ଆଇ ବନମାଳୀ ସାହୁ ତାଙ୍କ ଗାଡି ଚାବି ଛଡ଼ାଇବା ଓ ନକଲି ଫର୍ମ ବାବଦରେ ଏକ ଲିଖିତ ଅଭିଯୋଗ କରିଥିଲେ। ଜଂକିଆ ଥାନା ଆଇଆଇସି ପ୍ରଜ୍ଞା ରିତମ୍ଭରା କର ସଦଳବଳେ ଚେଷ୍ଟା କରି ଆଜି ଡ଼୍ରାଇଭର ସୁରେନ୍ଦ୍ର କୁମାର ପ୍ରଧାନ, ଷ୍ଟାମ୍ପ ଓ ପ୍ରିଣ୍ଟ କରିବା ପାଇଁ ସହଯୋଗ କରିଥିବା ପ୍ରମୋଦ କୁମାର ଦାସ, ହୃଷୀକେଶ ସାହୁଙ୍କୁ ଗିରଫ କରିଥିବା ସହ ପଳାଇଥିବା ଟ୍ରକ୍ ଓ ବାଇକ, ପ୍ରିଣ୍ଟର, ଷ୍ଟାମ୍ପ ଇତ୍ୟାଦି ଜବତ କରିଥିବା ଜଣାଇଛନ୍ତି।
Nalco
Leave A Reply