Odisha news

ସ୍କୁଟି ସହ ୮୦ ଲିଟର ଦେଶି ମଦ ଜବତ ଜଣେ ଗିରଫ

0
ନିରାକାରପୁର,୨୪/୫: ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ କଲରାଝର ଗ୍ରାମର ବିରାଟ କେଶରୀ ବାରିକ କୁ ଆଜି ଗିରଫ କରିଛି ଖୋର୍ଦ୍ଧା ଅବକାରୀ ବିଭାଗ। ଘଟଣାରୁ ପ୍ରକାଶ ଯେ ବିରାଟ ଦୀର୍ଘ ଦିନ ହେଲା ଚୋରାରେ ଦେଶି ମଦ କାରବାର କରୁଥିବା ଅବକାରୀ ବିଭାଗ ପାଖରେ ଖବର ଥିଲା। ଆଜି ପୂର୍ବ ପ୍ରସ୍ତୁତି ଅନୁଯାୟୀ ବିରାଟ ଏକ ସ୍କୁଟିରେ ୮୦ ଲିଟର ରନ୍ଧା ମଦ ନେଇ ଯାଉଥିବା ବେଳେ ଖୋର୍ଦ୍ଧା ଅବକାରୀ କର୍ମଚାରୀ କାବୁ କରି ନେଇଥିଲେ। ଏ ନେଇ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ୮ଠ ଲିଟର ମଦ ସହ ସ୍କୁଟି ଜବତ କରିଥିବା ବେଳେ ବିରାଟ କୁ ଗିରଫ କରି କୋର୍ଟ ଚାଲାଣ କରିଛି।
Govt
Leave A Reply