Odisha news

ଅରାଙ୍ଗରେ ହାତୀ ଉପଦ୍ରବ : ଦଳିଚକଟି ଏକର ଏକର ଧାନ ଫସଲ ନଷ୍ଟ , ବନ ବିଭାଗ ଶୁଣୁ ନଥିବା ଅଭିଯୋଗ

0

ନିରାକାରପୁର,୨୨/୯: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଞ୍ଚଳ ଅଧୀନସ୍ଥ ଛଣଗିରି ପଞ୍ଚାୟତ ଅରାଙ୍ଗ ଗ୍ରାମର ଧାନ ଜମିରେ ଗତ ୨୦ ତାରିଖରେ ୪ଟି ହାତୀ ପଶି ପ୍ରାୟ ୩୦ଏକର ଚାଷ ଜମି ଦଳିଚକଟି ନଷ୍ଟ କରି ଦେଇଛନ୍ତି । ସୂଚନା ଯୋଗ୍ୟ କି ଗତ ୨୦ ତାରିଖ ବିଳମ୍ବିତ ରାତିରେ ୪ଟି ବଣୁଆ ହାତୀ ଅରାଙ୍ଗ ଧାନ ଜମିରେ ପଶି ବୀରବର ବଳିୟାରସିଂହ, ବିଶ୍ୱମ୍ଭର ବଳିୟାରସିଂହ, ପ୍ରଦୀପ ମାନସିଂହ, ମୋହିନୀ ନାୟକ, କୈାଳାସ ନାୟକ, ନବ କିଶୋର ବଳିୟାରସିଂହ,ଭୋଇ ପ୍ରଧାନ ଓ ବିଚିତ୍ରାନନ୍ଦ ମହାନ୍ତି ,ପୂର୍ଣ୍ଣଚନ୍ଦ୍ର ସାହୁ ଓ ଅନ୍ୟମାନଙ୍କର ପ୍ରାୟ ୩୦ ଏକର ଧାନ ଚାଷ ଜମିରେ ପଶି ଦଳିଚକିଟି ଖାଇ ନଷ୍ଟ କରିଥିବା କଥା ଅଭିଯୋଗ ହୋଇଛି ।

ଏହି ଚାଷୀମାନଙ୍କ କହିବା କଥା ଯେ ଆମେ ଆମର କ୍ଷତିଗ୍ରସ୍ତ ଜମିକୁ ଦେଖିବା ଓ ହାତୀଙ୍କୁ ଉକ୍ତ ଅଞ୍ଚଳରୁ ଘେଉଡ଼ାଇବାକୁ ବାରମ୍ବାର କାଲିଠାରୁ ବନ ବିଭାଗ କର୍ମଚାରୀଙ୍କୁ ଗୁହାରୀ କରୁଥିଲେ ବି କେହି କର୍ଣ୍ଣପାତ କରୁନାହଁନ୍ତି । ଏ ସମ୍ବନ୍ଧରେ ଭୁଷଣ୍ଡପୁର ଫରେଷ୍ଟରଙ୍କ ସହ ଯୋଗାଯୋଗ କରିବାରେ ସେ କହିଲେ ଚାଷୀମାନେ କ୍ଷତିଗ୍ରସ୍ତ ଚାଷ ଜମିର ଫଟୋ ସହ ଦରଖାସ୍ତ ଦେଲେ ସେମାନେ ଯାଇ ସରଜମିନ ତଦନ୍ତ କରି କ୍ଷତିପୂରଣ ପାଇଁ ରିପୋର୍ଟ ପଠାଇବେ । ତଥାପି ତାଙ୍କ ସିକୋ କର୍ମଚାରୀ ଆଜି ସେଠାକୁ ଯାଇ ଫଟୋ ଉଠାଇ ଜମି ପରିଦର୍ଶନ କରି ଆସିଥିବା କଥା ଜଣାଇଛନ୍ତି

Leave A Reply