ନିରାକାରପୁର, ୬/୧୧: ଖୋର୍ଧା ଜିଲ୍ଲା ରାମେଶ୍ଵର ଛକ ସ୍ଥିତ ମନ୍ଦାକିନି ନଦୀରେ ବୋଇତ ବନ୍ଦାଣ ଉତ୍ସବ ଆସନ୍ତା ୮ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି।ଏହି ଉତ୍ସବ ପାଇଁ ଆଜି ନଦୀ ପୂଜନ କାର୍ୟ୍ୟକ୍ରମ ହୋଇଛି।ଖୋର୍ଦ୍ଧା ବିଧାୟକ ଦିଲ୍ଲୀପ କୁମାର ଶ୍ରୀଚନ୍ଦନ ନଦୀ ପୂଜନ କରିଛନ୍ତି।ମନ୍ଦାକିନି ନଦୀରେ ନର୍ମଦା ଓ ଗଗାଂ ଜଳ ପକାଇ ପବିତ୍ର କରାଯାଇଛି।ସ୍ଥାନୀୟ ମନ୍ଦାକିନି ଉତ୍ସବ ଗଠନ କରାଯାଇ ଆଖପାଖ ୨୦ ଖଣ୍ଡ ଗ୍ରାମପଞ୍ଚାୟତ ନିର୍ବାଚିତ ପ୍ରତିନିଧି ଓ ଯୁବକ ମାନଙ୍କୁ ସାଗଂରେ ଧରି ଏହି ବୋଇତ ବନ୍ଦାଣ କାର୍ୟ୍ୟକ୍ରମ ୮ ତାରିଖ ୯ଟା ବେଳେ କୁ ହେଵାକୁ ସ୍ଥିର ହୋଇଛି ଓ ବୋଇତ ବନ୍ଦାଣ କାର୍ୟ୍ୟକ୍ରମ ସହିତ ଓଡ଼ିଶାର ବିଶିଷ୍ଠ ସିନେ କଳାକାର ଓ ହଜି ଯାଉଥିବା ଲୋକ କଳାକୁ ବଂଚାଇ ରଖିବା ପାଇଁ ଏକ ସାସ୍କୃତିକ କାର୍ୟ୍ୟକ୍ରମ ୧୦ ଟା ବେଳକୁ ତଳ ପାନ୍ଥିକ ରେ କରାଯିବାକୁ ସ୍ଥିର ହୋଇଛି। ଆସନ୍ତା ୮ ତାରିଖରେ କିପରି ଶ୍ରୁଂଖଳାରେ ଏହି କାର୍ୟକ୍ରମ କରାଯିବ ସେହି ଉଦ୍ଦେଶ୍ୟରେ ଆଜି ଏକ ସାମ୍ବାଦିକ ସମ୍ମୀଳନୀ କରାଯାଇ ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରିବାକୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ଶ୍ରୀଯୁକ୍ତ ଶ୍ରୀଚନ୍ଦନ, ଉପସଭାପତି ରଞ୍ଜିତ ଜଗଦେବ, ସମ୍ପାଦକ ରମାକାନ୍ତ ମହାପାତ୍ର, ମୁଖ୍ୟ ସଂଯୋଜକ ବିଶ୍ଵ ଭୁଷଣ ଛୋଟରାୟ, ସମିତି ସଭ୍ୟ ରମେଶ ବିଶ୍ଵାଳ, ଚକ୍ରଧର ବାରିକ, ବିଜୟ ରାଉତରାୟ, ପୂର୍ବତନ ସମିତି ସଭ୍ୟ କୃଷ୍ଣ ଚନ୍ଦ୍ର ନରେନ୍ଦ୍ର, ଭବାନୀ ପଟ୍ଟନାୟକ, ବିଜୟକୃଷ୍ଣ ଦାସ, ପଙ୍କଜ ବିଶ୍ବାଳ, ଗୌତମ ପ୍ରଧାନ, ମାନସ ଓ ଦିପ୍ତିରଞ୍ଜନ ପାଇକରାୟ ସମେତ ପାଖ ପଞ୍ଚାୟତରେ ବହୁ ଶୁଭେଚ୍ଛୁ ଉପସ୍ଥିତ ଥିଲେ।
