Odisha news

ନିମାପଡା ପଂଚାୟତ ସମିତିର ସ୍ୱତନ୍ତ୍ର ବୈଠକ

0

ନିମାପଡା,୨୨ା୯ା :କୋଭିଡ ନିୟମକୁ ମାନି ଆଜି ନିମାପଡା ପଂଚାୟତ ସମିତିର ସମ୍ମିଳନୀ କକ୍ଷରେ ସମିତିର ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି ।ପଂଚାୟତ ସମିତି ଅଧ୍ୟକ୍ଷା ମନସ୍ୱିନୀ ଖଟୋଇଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ବ୍ଲକ ଉପାଧ୍ୟକ୍ଷ ଅଜୟ କୁମାର ସ୍ୱାଇଁ,ବିଡିଓ ମନୋଜ ବେହେରା ପ୍ରମୁଖ ଉପସ୍ଥିତଥିଲେ ।ସମିତିର ସମସ୍ତ ପିଆର ମେମ୍ବର ଓ ଜିଲ୍ଲା ପରିଷଦ ସଭ୍ୟ ପ୍ରମୁଖ ବୈଠକରେ ଅଂଶ ଗ୍ରହଣ କରିଥିଲେ ।

ପଂଚଦଶ କେନ୍ଦ୍ର ଅର୍ଥ କମିଶନ ଓ ପଂଚମ ରାଜ୍ୟ ଅର୍ଥ କମିଶନଙ୍କ ମଂଚୁର ଅର୍ଥକୁ ବିଭିନ୍ନ ଯୋଜନା ମାଧ୍ୟମରେ କିଭଳି ବିନିଯୋଗ କରାଯିବ ସେନେଇ ଖସଡା ପ୍ରସ୍ତୁତ କରାଯିବ ଏବଂ ଧନୁଆଁ ବନ୍ୟାରେ ହୋଇଥିବା ବିଭିନ୍ନ କ୍ଷୟୟତି ଓ କୋଭିଡ ନିୟନ୍ତ୍ରଣ ଆଦି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା କରାଯାଇଥିଲା ।ଧନୁଆଁ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ବ୍ଲକର କେତେକ ପଂଚାୟତକୁ ସରକାରୀ ରଲିଫରୁ ବାଦ ଦିଆଯାଇଥିବାରୁ ସଂପୃକ୍ତ ପଂଚୟତର ପିଆର ମେମ୍ବର ମାନେ ବୈଠକରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ

Leave A Reply