ନିମାପଡା :ଗତ ମାସ ୩୧ ତାରିଖରେ ନିମାପଡା ରାଜା ବଜାରରେ ଘଟିଥିବା ବୋମା ମାଡ ଘଟଣାରେ ପୁଲିସ ଆଜି ଅନ୍ୟଜଣେ ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।ପ୍ରକାଶ ଯେ, ଗତ ମାସ ୩୧ ତାରିଖ ରାତ୍ରରେ ନିମାପଡା ରାଜା ବଜାରରେ ଥିବା ଅଲେଖ ସେନାପତିଙ୍କ କୀଟନାଷକ ଔଷଧ ଦୋକାନ ଉପରକୁ ୨ଜଣ ଦୁର୍ବୁତ ବାଇକରେ ଆସି ବୋମା ମାଡ କରି ଫେରାର ହୋଇଯାଇଥିଲେ ।
ଏସଂପର୍କରେ ଅଲେଖ ନିମାପଡା ଥାନାରେ ଅଭିଯୋଗ କରିବା ପରେ ପୁଲିସ କେଶ ନଂ ୧୭୪/୨୦ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇବା ସହିତ ସ୍ଥାନୀୟ ଅହ୍ମୁଣିଆ ପାଟଣା ଗ୍ରାମର ମଙ୍ଗରାଜ ସାହୁକୁ ଗିରଫ କରିଥିଲା ।ଏହି ମାମଲାରେ ସଂପୃକ୍ତଥିବା ଅନ୍ୟତମ ଅଭିଯୁକ୍ତ ପରମାନନ୍ଦ ଦାସ(୪୨)ଙ୍କୁ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।ପୁଲିସ ପରମାଙ୍କ ଏକ କାରକୁ ଜବତ କରିଛି ।ଏକ ଫ୍ଲାଟ କିଣାବିକା ବିବାଦକୁ ନେଇ ଏହି ବୋମାମାଡ ଘଟଣା ଘଟିଥିବା ଜଣାପଡିଛି
