ନିମାପଡା :ଆଜି ନିମାପଡା ଏନ୍ଏସିରେ ପ୍ରଥମ କରୋନା ପଜେଟିଭ ବାହାରିଛି ।୩୨ବର୍ଷୀୟ ଜଣେ ବ୍ୟକ୍ତି ଦିଲ୍ଲୀରୁ ଫେରି ଗତ ୧ତାରିଖରେ ତାଙ୍କ ସଂପର୍କୀୟଙ୍କ ଘର ନିମାପଡା ଏନ୍ଏସି ୬ନଂ ୱାର୍ଡରେ ହୋମକ୍ୱାରେନ ଟାଇନରେ ରହୁଥିଲେ ।
ସେ ଅସୁସ୍ଥ ହେବାରୁ ଗତ ୪ତାରିଖରେ ତାଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା ।ଆଜି ତାଙ୍କ ସ୍ୱାବ୍ ନମୁନା କରୋନା ପଜିଟିଭ ଆସିଛି ।ସେ ଉକ୍ତ ୱାର୍ଡର ରହୁଥିବା ଘରର ୯ଜଣ ସଦସ୍ୟଙ୍କ ସ୍ୱାବ୍ ନମୁନା ପରୀକ୍ଷା ପାଇଁ ପଠାଯିବ ବୋଲି ଜଣାପଡିଛି ।
ଏନ୍ଏସିରେ ପ୍ରଥମ କରୋନା ପଜିଟିଭ ବାହାରିବା ପରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।ସ୍ଥାନୀୟ ଅଗ୍ନିଶମ ବାହିନୀ ପକ୍ଷରୁ ସେ ରହୁଥିବା ଘରକୁ ବିଶୋଧନ କରାଯାଇଛି । ନିମାପଡା ଏନ୍ଏସିରୁ ଜଣେ ଏବଂ ବ୍ଲକର ୧୩କୁ ମିଶାଇ ନିମାପଡାରେ କରୋନା ରୋଗୀଙ୍କ ସଂଖ୍ୟା ୧୪ରେ ପହଂଚିଛି ।
