Odisha news

କେନ୍ଦ୍ରମନ୍ତ୍ରୀଙ୍କ ୬୫ତମ ଜନ୍ମ ଦିବସରେ ଶାଳପତ୍ରର ନିର୍ମିତ ଟୋପି ପ୍ରଦାନ

0

ନୀଳଗିରି :  କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଢ଼ଙ୍ଗୀଙ୍କ ୬୫ତମ ଜନ୍ମ ଦିବସ ମହାସମାରୋହରେ ମଛୁଆ ପଡ଼ିଆରେ ଅନୁଷ୍ଠିତ ହୋଇଅଛି । ମିତ୍ରପୁର ସିନ୍ଦୁରଗୌରା ଠାକୁରାଣୀ ଠାରୁ କେନ୍ଦ୍ରମନ୍ତ୍ରୀଙ୍କୁ ଆଦିବାସୀମାନଙ୍କ ନାଚଗୀତ ମଧ୍ୟରେ ମଞ୍ଚସ୍ଥଳକୁ ନିଆଯାଇଥିଲା । ସେଠାରେ ତାଙ୍କୁ ପୂଜାର୍ଚ୍ଚନା ସହ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ଥିଲା । ଏକ ଆଡ଼ମ୍ବର ପୂର୍ଣ୍ଣ ପରିବେଶ ମଧ୍ୟରେ କେନ୍ଦ୍ରମନ୍ତ୍ରୀଙ୍କୁ ସଭା ମଞ୍ଚକୁ ପାଛୋଟି ନିଆଯାଇଥିଲା ।

ଶୁଭାଶିଷ ଆଚାର୍ଯ୍ୟ ମଞ୍ଚ ପରିଚାଳନା କରିଥିବା ବେଳେ ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ, ଗଙ୍ଗାଧର ମିଶ୍ର, ଚନ୍ଦ୍ରବିନ୍ଦୁ ଦାସ, କରୁଣାକର ପଣ୍ଡା, ଉପେନ୍ଦ୍ର ଦାସ, ସାରଦା କର, ଗୋପାଳ ମହାପାତ୍ର, ତାପସ ମହନ୍ତି, ଦେବାଶିଷ ଆଚାର୍ଯ୍ୟ, ସୌଦାମିନୀ ସିଂ, ଅକ୍ଷୟ ବେହେରା, ପ୍ରକାଶ ମହାପାତ୍ର, ଅଭିମନୁ୍ୟ ମହାର୍ଣ୍ଣା, ପ୍ରକାଶ କୁଅଁର, ମନ୍ମଥ ପଣ୍ଡା, ନିନା ମାହାର୍ଣ୍ଣା, ବିଘ୍ନେଶ୍ୱର ଦାସ, ଉର୍ମିଳା ବେହେରା, ସୁଇଟ୍ ବାରିକ ପ୍ରମୁଖ ମଞ୍ଚାସୀନ ରହି ନିଜ ନିଜ ବକ୍ତବ୍ୟରେ କେନ୍ଦ୍ରମନ୍ତ୍ରୀଙ୍କୁ ଜନ୍ମଦିନ ଶୁଭେଚ୍ଛା ବାର୍ତ୍ତା ଜଣାଇଥିଲେ ।

ଶାଳବଣିସ୍ଥିତ ବଣଭୂଇଁର ଫୁଲ ଅନୁଷ୍ଠାନ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଓ ବିଧାୟକଙ୍କୁ ସୁନ୍ଦର କାରୁକାର୍ଯ୍ୟରେ ଶାଳପତ୍ରର ନିର୍ମିତ ଟୋପି ଓ ଖଜୁରୀ ପତ୍ରର ନିର୍ମିତ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । ଜନ୍ମଦିନ ପାଳନ ଅବସରରେ ବୃକ୍ଷରୋପଣ, ଗୋପୂଜନ ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଅପର ପକ୍ଷରେ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ଜନତାଙ୍କୁ ଜନ୍ମ ଦିବସ ଅବସରରେ ଫଳ ବଣ୍ଟନ କରିଥିଲେ

Leave A Reply