Odisha news

ନୀଳାଦ୍ରୀ ବିଜେ ର ମାନ୍ୟତା ରେ ରହିଛି ସ୍ୱାମୀ -ସ୍ତ୍ରୀ ଙ୍କ ମଧ୍ୟରେ ଥିବା ନିବିଡ଼ତା ଓ ଆତ୍ମ ସମ୍ମାନ

0

ଆଜି ମହାପ୍ରଭୁ କରିବେ ରତ୍ନ ସିଂହାସନ କୁ ବିଜେ, ସମାପ୍ତ ହୋଇଛି ପ୍ରଭୁ ଜଗନ୍ନାଥ ଙ୍କ ରଥଯାତ୍ରା , ବଡ଼ ଭାଇ ଓ ସାନ  ଭଉଣୀ ଙ୍କୁ ସାଙ୍ଗରେ ନେଇ ଆଷାଢ଼ ମାସ ଶୁକ୍ଲପକ୍ଷ ଦ୍ଵିତୀୟା ତିଥି ରେ  ଯାଇଥିଲେ ନିଜର ଜନ୍ମ ବେଦୀ ମାଉସୀ ମା ଗୁଣ୍ଡିଚା ମନ୍ଦିର କୁ, ଏବଂ ବାହୁଡ଼ି ଥିଲେ ବାହୁଡା ଦଶମୀ ଦିନ, ଗୁଣ୍ଡିଚା ମନ୍ଦିର ପୁଣି ଅପେକ୍ଷା କରି ରହିଲା ଆର ବର୍ଷକୁ l ବଡ଼ ଦାଣ୍ଡରେ ରଥାରୁଢ଼ ଜଗନ୍ନାଥ ଙ୍କର ରଥ ଉପରେ ସମସ୍ତ ନୀତିକାନ୍ତି ସମାପ୍ତ ହୋଇ ଯାଇଛି, ସୁନା ବେଶ ଠାରୁ ନେଇ ଅଧରପଣା ନୀତି ପର୍ଯ୍ୟନ୍ତ l

ଆଜି ହେବ ପ୍ରଭୁଙ୍କର ନୀଳାଦ୍ରୀ ବିଜେ l ଯେଉଁଠି ମା ଲକ୍ଷ୍ମୀ ପ୍ରଭୁ ଜଗନ୍ନାଥ ଙ୍କ ଉପରେ ଅଭିମାନ କରି ଅପେକ୍ଷା କରି ବସିଥିବେ ବାଟ ଚାହିଁ , ଚକାନୟନ କୁ ଚାହିଁ ଆଗାମୀ ବରଷକୁ ପ୍ରଭୁଙ୍କ ସହିତ ଜାତ କୁ ଯିବାର l

ଭାଇ ବଳଭଦ୍ର ଭଉଣୀ ମା ସୁଭଦ୍ରା ଙ୍କୁ ସାଙ୍ଗରେ ନେଇ ମାଉସୀ ଘରୁ ବାହୁଡ଼ି ଆସି ଥାଆନ୍ତି, ଏବଂ ଯେଉଁଦିନ ବଡ ଦେଉଳ କୁ ବିଜେ କରନ୍ତି ସେହି ଦିନକୁ ନୀଳାଦ୍ରୀ ବିଜେ ବୋଲି କୁହାଯାଇଥାଏ l ଜଗନ୍ନାଥ ସଂସ୍କୃତି ରେ ଏହିଦିନ ଟି ଖୁବ ମହତ୍ଵପୁର୍ଣ ଅଟେ, କାହିଁକିନା ଏହିଦିନ ଟି ପ୍ରଭୁ ଚକାଡୋଳା ଓ ମା ଲକ୍ଷ୍ମୀ ଙ୍କର ସ୍ବର୍ଗୀୟ ପ୍ରେମ ଓ ସ୍ନେହ କୁ ଦର୍ଶାଇଥାଏ l ନଳାଦ୍ରୀବିଜେ ଦିନ ପ୍ରଭୁ ଗୋଟି ପହଣ୍ଡି ହୋଇ ଶ୍ରୀମନ୍ଦିର କୁ ବିଜେ କରନ୍ତି l

ନୀଳାଦ୍ରି ବିଜେ ରେ ମାତା ଲକ୍ଷ୍ମୀ ବଳଭଦ୍ର, ଓ ମା ସୁଭଦ୍ରା ଙ୍କ ସିଂହ ଦ୍ୱାର ପ୍ରବେଶ ପରେ ଜୟ ବିଜୟ ଦ୍ୱାରରେ ପ୍ରଭୁଙ୍କୁ ଅପେକ୍ଷା କରନ୍ତି, ଏବଂ ଯେତେବେଳେ ପ୍ରଭୁ ଗୋଟି ପହଣ୍ଡି ହୋଇ ଜୟ ବିଜୟ ଦ୍ୱାର ନିକଟରେ ଉପସ୍ଥିତ ହୁଅନ୍ତି ମାତା ଲକ୍ଷ୍ମୀ ଜୟ ବିଜୟ ଦ୍ୱାର କୁ ବନ୍ଦ କରି ଦିଅନ୍ତି l  ସେ କ୍ରୋଧିତ ହୋଇ ଯାଇ ଥାଆନ୍ତି ଯେ ପ୍ରଭୁ ତାଙ୍କୁ ନେଇ ଜାତ କୁ ଗଲେ ନାହିଁ, ଏବଂ ଏହି ସମୟ ରେ ମା ଲକ୍ଷ୍ମୀ ଙ୍କ ପକ୍ଷରୁ ସେବକ ଓ ପ୍ରଭୁ ଜଗନ୍ନାଥ ଙ୍କ ପକ୍ଷରୁ  ସେବକ ଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥାଏ , ଏହି ସୁନ୍ଦର କଳି ଭାରତୀୟ ସଂସ୍କୃତି ରେ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ନିବିଡ଼ତା କୁ ଦର୍ଶାଇଥାଏ l

ଏହାପରେ ପ୍ରଭୁ ଆଶ୍ଵସନା ଦେଇ ଥାଆନ୍ତି ଯେ ଏଭଳି ଭୁଲ ଆଉ କରିବେ ନାହିଁ, ଏବଂ ମା ଙ୍କୁ ରସଗୋଲା ଉପହାର ଭାବରେ ଅର୍ପଣ କରନ୍ତି, ଏହାପରେ ମା ଜୟ ବିଜୟ ଦ୍ୱାର ଖୋଲିବା ପାଇଁ ନିର୍ଦେଶ ଦିଅନ୍ତି l

ନୀଳାଦ୍ରୀ ବିଜେ ର ରୀତିନୀତି ଦର୍ଶାଇଥାଏ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ନିବିଡ଼ତା, ଆତ୍ମ ସମ୍ମାନ, ସ୍ନେହ, ଆଦର କୁ ରକ୍ଷା କରିବା ଓ ଏବଂ ମର୍ଯ୍ୟାଦା ମଧ୍ୟରେ ରହିବା l

Leave A Reply