Odisha news

Nikki ହେଲୀ ଙ୍କର ଟ୍ରମ୍ପ ଙ୍କୁ ଚେତାବନୀ ଭାରତ ସହିତ ଆମେରିକା ସମ୍ପର୍କ କରିବା ଦ୍ୱାରା ହୋଇପାରେ ବଡ଼ ଅସୁବିଧାର ସମୁଖୀନ

0

ବର୍ତମାନ ଆମେରିକା ଓ ଭାରତ ମଧ୍ୟରେ ବ୍ୟବସାୟ ଏବଂ ଟେରୀଫ କୁ ନେଇ ଉତେଜନା ବଢି ଚାଲିଛି, ଟ୍ରମ୍ପ ନିଜର କଲବଳ କୌଶଳ ପ୍ରୟୋଗ କରି ଭାରତକୁ ପାନେ ମଜା ଦେବାକୁ ଲାଗି ପଡିଛନ୍ତି, କିନ୍ତୁ ଏହାର ଫଳାଫଳ ଏପରି ହୋଇଛି ଯେ ବର୍ତମାନ ଆମେରିକାରେ ଟ୍ରମ୍ପ ଙ୍କ ଟାରିଫ କୁ ନେଇ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି, WION ରେ ଛପା ଯାଇଥିବା ଗୋଟିଏ ଖବର ଅନୁସାରେ ସଂଯୁକ୍ତ ରାଷ୍ଟ୍ରରେ ଆମେରିକାର ପୂର୍ବ ରାଜଦୂତ ଏବଂ ରିପବ୍ଲିକାନ ନେତା ନିକି ହେଲୀ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ କୁ ଚେତାଇ ଦେଇଛନ୍ତି ଯେ ଆମେରିକା ଭାରତ ଭଳି ସହଯୋଗୀ ଦେଶ ସହିତ ସମ୍ପର୍କ ଖରାପ ନକରୁ l

ନିକି ହେଲି କହିଛନ୍ତି ଯେ ରୁଷ ର ତେଲ ମୁଦା କୁ ନେଇ ଆମେରିକା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ସହିତ ସିଧା ସଳଖ କଥା ହେଉ ଯାହାଦ୍ୱାରା କୌଣସିନା କୌଣସି ଉପାୟ ନିଶ୍ଚିନ୍ତ ବାହାରିବ l ନିକି ହେଲି ନିୟୁଜ ଉଇକ ରେ ଗୋଟିଏ ସାକ୍ଷାତକାର ରେ କହିଛନ୍ତି ଯେ ଭାରତକୁ ଚୀନ ସହିତ ବଢୁଥିବା ପ୍ରଭାବ ଆଧାରରେ ଏହାକୁ ଲୋକତନ୍ତ୍ର ରେ ଗୋଟିଏ ବଡ଼ ଉଦାହରଣ ଭାବରେ ଗ୍ରହଣ କରିବା ଜରୁରୀ l ସେ କହିଛନ୍ତି ଗତ ୨୫ ବର୍ଷ ମଧ୍ୟରେ ଭାରତ-ଆମେରିକା ସମ୍ବନ୍ଧ ରେ ହୋଇଥିବା ପ୍ରଗତି କୁ ଓଲଟାଇ ଦେବା ଗୋଟିଏ ରଣନୀତିକ ଭୁଲ ହୋଇପାରେ l ହେଲୀ ଆମେରିକୀୟ ବିଦେଶ ନୀତି ରେ ଦୋହରା ମାପଦଣ୍ଡ ର ଆଲୋଚନା କରିଛନ୍ତି ଏବଂ କହିଛନ୍ତି ଯେ ଚୀନ ଯିଏକି ରୁଷ ଏବଂ ଇରାନ ଠାରୁ ତେଲ କିଣିଥାଏ, ତାକୁ ୯୦ ଦିନ ମଧ୍ୟରେ ଟାରିଫ ରୁ ମୁକ୍ତି ମିଳିଗଲା, କିନ୍ତୁ ଭାରତ ସହିତ ଏଭଳି ମନୋଭାବ କାହିଁକି ?

ଚୀନ ର ପ୍ରଭାବ ଏସିଆରେ ବଢୁଛି, ଏବଂ ଭାରତ ହିଁ ସେହି ଦେଶ ଯିଏକି ଏହାର ମୁକାବିଲା କରିବାକୁ ସକ୍ଷମ ଅଟେ, ଦ୍ରୁତ ଗତିରେ ବଢୁଥିବା ଭାରତର ଅର୍ଥ ବ୍ୟବସ୍ଥା ଏବଂ ମଧ୍ୟ ପୂର୍ବ ରେ ବଢୁଥିବା ତାର ସୈନ୍ୟ ଏବଂ ସୁରକ୍ଷା ଭୂମିକା ଆମେରିକା ପାଇଁ ଫଳପ୍ରଦ ହେବ l ଯଦି ଭାରତ-ଆମେରିକା ର ସମ୍ପର୍କ ଖରାପ ହୁଏ ତେବେ ଏହାର ଲାଭ ଚୀନ ଉଠାଇବ l

ନିକି ହେଲି କହିଛନ୍ତି ଯେ ଉଭୟ ଦେଶ ମଧ୍ୟରେ ଏକ ୧୦କ ରୁ ଅଧିକ ଭଲ ସମ୍ପର୍କ ରହି ଆସିଛି, ଏବଂ ବର୍ତମାନ ସ୍ଥିତିରେ ଉଭୟ ଦେଶର ପ୍ରଧାନମନ୍ତ୍ରୀ ଏହାକୁ ନେଇ କଥାବାର୍ତା ହେବା ଜରୁରୀ l

Leave A Reply