ରାୟଗଡା-୨୨/୩(ସ ବ୍ଯୁ)ଚର୍ଚ୍ଚାରେ ରାୟଗଡ଼ା ବଚପନ ବିଦ୍ୟାଳୟ କେତେବେଳେ ୮ବର୍ଷର ଶିଶୁଙ୍କୁ ଅପ୍ରାକୃତିକ ଯୌନ ନିର୍ଯାତନା ତ କେତେବେଳେ କରୋନାକୁ ନେଇ। ସୋସିଆଲ୍ ମିଡ଼ିଆରେ ମିଥ୍ୟା ତଥ୍ୟ ପ୍ରକାଶ କରିବା ଅଭିଯୋଗରେ ରାୟଗଡ଼ା ଟାଉନ୍ ଥାନା ପୁଲିସ୍ ଜଣେ ଶିକ୍ଷକଙ୍କୁ ଗିରଫ କରିଛି। ଗିରଫ ଶିକ୍ଷକଙ୍କ ନାମ ଭି. ପି. ଶ୍ରୀନିବାସ ରାଓ। ଘର ପିତାମହଲ ଅଞ୍ଚଳରେ। ଗିରଫ ପରେ ଶିକ୍ଷକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡା. ଶର୍ବଣା ବିବେକ୍ ଏମ୍।
ଗତକାଲି ଶିକ୍ଷକ ଶ୍ରୀ ରାଓ ଜେକେପୁର ଅଞ୍ଚଳରେ କରୋନାରେ ଆକ୍ରାନ୍ତ ହୋଇ ଜଣେ ରୋଗୀ ରହୁଥିବା ନେଇ ସୋସିଆଲ୍ ମିଡ଼ିଆରେ ମିଥ୍ୟା ପ୍ରଚାର କରିଥିଲେ। ରାୟଗଡ଼ା ପୁଲିସ୍ ତ୍ବରିତ ପଦକ୍ଷେପ ନେଇ ମାମଲା ରୁଜୁ କରିବା ସହିତ ଶିକ୍ଷକଙ୍କୁ ଧରିବା ପାଇଁ ଖୋଜାଖୋଜି କରିଥିଲା। ଶିକ୍ଷକଙ୍କ ଠିକଣା ସଂପର୍କରେ ପୁଲିସ୍ ସୂଚନା ପାଇବା ପରେ ଆଜି ସକାଳେ ନିଜ ବାସ ଭବନରୁ ଗିରଫ କରିଥିଲା। ସେହି ଶିକ୍ଷକଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅନ୍ୟ କିଛି ବ୍ୟକ୍ତି ଏଥିରେ ସଂପୃକ୍ତି ଥିବା ଅଭିଯୋଗରେ ଟାଉନ୍ ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ ମାମଲାର ତଦନ୍ତ ଜାରି ରଖିଛନ୍ତି। ଏହା ପୂର୍ବରୁ ଗତ ୧୩ ତାରିଖରେ ମୁନିଗୁଡା ପୁଲିସ୍ ସୋସିଆଲ୍ ମିଡ଼ିଆରେ ମିଥ୍ୟା ତଥ୍ୟ ପ୍ରଚାର କରିବା ଅଭିଯୋଗରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ସତ୍ୟନାରାୟଣ ସାମଲଙ୍କୁ ଗିରଫ କରିଥିଲ। କରୋନାକୁ ନେଇ କୌଣସି ସୂଚନା ପ୍ରଘଟ କରିବା ଉପରେ ସରକାର କଟକଣା ଜାରି କରିଥିବା ବେଳେ ମିଥ୍ୟା ସୂଚନା ପ୍ରଚାର କରୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସପି।
ପ୍ରକାଶ ଥାଉକି ଏହି ଘରୋଇ ବଚପନ ବିଦ୍ୟାଳୟର କମ୍ପ୍ୟୁଟର ଶିକ୍ଷକ ଜଣେ ୩ୟ ଶ୍ରେଣୀରେ ପଢୁଥିବା ୮ ବର୍ଷର ଛାତ୍ରକୁ ଦିର୍ଘ ୬ମାସ ଧରି ଶିକ୍ଷକ ଜଣକ ଛାତ୍ରକୁ ଯୌନ ଶୋଷଣ କରିଆସୁଥିଲା। ପରେ ଛାତ୍ରର ଦେହ ଅସୁସ୍ଥ ହେବାରୁ ତାଙ୍କୁ ବିଶାଖାପାଟଣାର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଉକ୍ତ ଘରୋଇ ଚିକିତ୍ସାଳୟ ଯୌନ ଶୋଷଣ ହୋଇଥିବା ରିପୋର୍ଟ ଆଧାରରେ ପରିବାର ପକ୍ଷରୁ ରାୟଗଡା ସଦର ଥାନାରେ କେସ ନଂ ୨୧୯ ତା- ୦୯/୧୦/ ୨୦୧୭ରେ ଏକ ମାମଲା ରୁଜ୍ଜୁ ହୋଇଥିଲା।ପରେ ପୋଲିସ ପକ୍ଷରୁ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିଲା। ଶେଷରେ ଜିଲ୍ଲା ଦୌରା ଜର୍ଜ ୬ପୋକ୍ସ ଆଇନ ଅନୁଯାୟୀ ଅଭିଯୁକ୍ତ ଶିକ୍ଷକକୁ ଆଜୀବନ କାରାଦଣ୍ଡ, ୩ଲକ୍ଷ ଟଙ୍କା ସହ ଜେଜେବି ଆଇନର ୭୫ ଅନୁଯାୟୀ ଆଉ ଏକ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି।
