Odisha news

ଆଗକୁ ଆସୁଛି ଇଂରାଜୀ ନୂତନ ବର୍ଷ ଜୀବନରେ ସୁଖ-ଶାନ୍ତି ପାଇଁ କଉଡ଼ି ରେ କରନ୍ତୁ ଏହି ଉପାୟ

0

ଆମେ ସମସ୍ତେ ଚାହିଁଥାଉ ଆମର ନୂଆବର୍ଷ ଟି ଭଲରେ କଟିଯାଉ ଏବଂ ସମସ୍ତଙ୍କ ପାଇଁ ସୁଖ-ସମୃଦ୍ଧି ନେଇ ଆସୁ l ଯଦି ଆପଣ ନିଜ ଜୀବନ ରେ ସୁଖସମୃଦ୍ଧି ର କାମନା କରୁଛନ୍ତି ତେବେ କିଛିଟା ଛୋଟ ଛୋଟ ଉପାୟକୁ ଆପଣାନ୍ତୁ l

– ନୁଆବର୍ଷର ପ୍ରଥମ ଦିନ ସ୍ନାନ କରିସାରି କେଶର ରେ ତିଳକ ଶ୍ରୀହରି ଙ୍କୁ ଅର୍ପଣ କରନ୍ତୁ ଓ ମହାଦେବ ଙ୍କ ନିକଟରେ କେଶର ମିଶ୍ରିତ ଦୁଗ୍ଧ ଅର୍ପଣ କରନ୍ତୁ l ନିଜ ମସ୍ତକ ରେ କେଶର ତିଳକ ଧାରଣ କରନ୍ତୁ l ଏହାଦ୍ୱାରା ଚାକିରୀ ଓ ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବ l

– ନୂଆବର୍ଷ ଦିନ ତୁଳସୀ ଗଛ ଘରକୁ ଆଣନ୍ତୁ ଓ ଏହାକୁ ଲଗାନ୍ତୁ l ଏହାଦ୍ୱାରା ଜୀବନ ରେ ସୁଖଶାନ୍ତି ଆସିବ l ଏବଂ ଗୃହ କ୍ଳେଶ ମୁକ୍ତି ମିଳିବ l

– ନୁଆବର୍ଷର ପ୍ରଥମ ଦିନ ସୂର୍ଯ୍ୟ ପୂଜନ ର ବିଶେଷ ମହତ୍ୱ ରହିଛି l ଏବଂ ସୂର୍ଯ୍ୟ ଚାଳିଶ ପାଠ କରିବା ଦ୍ୱାରା ସୌଭାଗ୍ୟ ର ବୃଦ୍ଧି ହେବ l

– ନୁଆବର୍ଷର ପ୍ରଥମ ଦିନରେ ଶ୍ରୀହରୀ ବିଷ୍ଣୁ ଙ୍କ ନିକଟରେ ନଡ଼ିଆ ଅର୍ପଣ କରନ୍ତୁ l  ଏହି ନଡ଼ିଆକୁ ଭାଙ୍ଗି ଏହାର ଜଳ କୁ ଘରର ଚାରିଆଡେ ଛିଞ୍ଚି ଦିଅନ୍ତୁ l ଏହାଦ୍ୱାରା ଘରର ନକାରାତ୍ମକ ଭାବନା ଦୂର ହେବ l

– ବର୍ଷ ସାରା ମାଲକ୍ଷ୍ମୀ ଙ୍କ କୃପା ଲାଭ କରିବା ପାଇଁ ନୂଆବର୍ଷ ର ପ୍ରଥମ ଦିନରେ ମା ଲକ୍ଷ୍ମୀ ଙ୍କ ନିକଟରେ ଗୁଡ଼, ଚାଉଳ, ନଡ଼ିଆ ଓ କଉଡି  ଅର୍ପଣ କରନ୍ତୁ l ଏହାପରେ ତାହାକୁ ମାଙ୍କ ନିକଟରେ ପ୍ରସାଦ ଭାବରେ ଅର୍ପଣ କରନ୍ତୁ l

– ନୂଆବର୍ଷ ର ପ୍ରଥମ ଦିନରେ ମାଲକ୍ଷ୍ମୀ ଙ୍କ ନିକଟରେ ହଳଦୀ ଓ କଉଡ଼ି ଅର୍ପଣ କରନ୍ତୁ l  ଏବଂ ପରେ ଏହି କଉଡ଼ି ଓ ହଳଦୀ କୁ ଗୋଟିଏ ନାଲି କପଡା ରେ ବାନ୍ଧି ଘରର ମୁଖ୍ୟ ଦ୍ୱାରରେ ବାନ୍ଧି ଦିଅନ୍ତୁ l ଏହାଦ୍ୱାରା ଧନର ଆଗମନ ହୋଇଥାଏ l

Leave A Reply