ନ୍ୟୁରୋଲୋଜିକାଲ ସମସ୍ୟା କାହିଁକି ହୋଇଥାଏ , କାହିଁକି ଯୁବକ ମାନଙ୍କ ମଧ୍ୟରେ ଦ୍ରୁତ ବେଗରେ ବୃଦ୍ଧି ପାଉଛି ନ୍ୟୁରୋଲଜିକାଲ ପ୍ରୋବ୍ଲେମ : କଣ ତାର ନିରାକରଣ
ଆଜିର ଯୁବ ପିଢ଼ି ଦ୍ରୁତ ବେଗରେ ନ୍ୟୁରୋଲଜିକାଲ ସମସ୍ୟାର ସମୁଖୀନ ହେଉଛନ୍ତି, ଯାହାକି ଦୁନିଆ ପାଇଁ ସବୁଠୁ ବଡ଼ ଚିନ୍ତାର କାରଣ ଭାବରେ ଦେଖାଯାଉଛି l ଯାହା ଯୁବକ ମାନଙ୍କୁ ଶାରୀରିକ ଓ ମାନସିକ ଭାବରେ ନକାରାତ୍ମକ ଆଡକୁ ଟାଣି ନେଉଛି l ଏବଂ ଜୀବନ ଶୈଳୀ ମଧ୍ୟ ପ୍ରଭାବିତ ହେଉଛି l ଏହାକୁ ନେଇ ନିକଟରେ ଗୋଟିଏ ଗବେଷଣା ହୋଇଥିଲା l ଏବଂ ଯାହାର ତଥ୍ୟ ଦି ସାଇଲେଣ୍ଟ ନ୍ୟୁରୋଲୋଜି ଜର୍ଣ୍ଣାଲ ରେ ପ୍ରକାଶ ପାଇଥିଲା l
ଏହି ଗବେଷଣା ରେ କୁହାଯାଇ ଥିଲା ଯେ ୨୦୨୧ ରେ ଦୁନିଆରେ ୩.୪ ବିଲିୟନ ଅର୍ଥାତ ୩୪୦ କୋଟି ରୁ ଉର୍ଧ୍ଵ ଲୋକ ନ୍ୟୁରୋଲୋଜି ସମସ୍ୟାରେ ପ୍ରଭାବିତ ହୋଇ ଥିବାର ସୂଚନା ମିଳିଥିଲା l
ନ୍ୟୁରୋଲୋଜିକାଲ ସମସ୍ୟା କାହିଁକି ହୋଇଥାଏ –
ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଆମ ମସ୍ତିଷ୍କ, ମେରୁଦଣ୍ଡ ଓ କୋଷିକା ଗୁଡିକ ମିଶି ବିଭିନ୍ନ କୋଷିକା ପ୍ରସ୍ତୁତ କରି ଥାନ୍ତି l ଯାହାକି ଶରୀର ର ସମସ୍ତ ଗତିବିଧି କୁ ନିୟନ୍ତ୍ରିତ କରିଥାଏ l ଯେତେବେଳେ କୋଷିକା ଗୁଡିକ କୌଣସି ରୋଗରେ ପ୍ରଭାବିତ ହୋଇଥାଏ, ସେତେବେଳେ ଶରୀର ପ୍ରତି ଏହା ବିପଦ ର କାରଣ ହୋଇଥାଏ l ନ୍ୟୁରୋଲୋଜିକାଲ ସମସ୍ୟା ରେ ଚଳପ୍ରଚଳ ହେବା ରେ ସମସ୍ୟା, କଥା କହିବାରେ ସମସ୍ୟା, ଖାଦ୍ୟ ଢୋକିବାରେ ସମସ୍ୟା, ପ୍ରଶ୍ୱାସ ନେବାରେ ସମସ୍ୟା, କଥା ଭୁଲିଯିବା ସମସ୍ୟା, ମାନସିକ ସମସ୍ୟା, ଦେଖା ଦେଇଥାଏ l ଅନେକ ସମୟ ରେ ନ୍ୟୁରୋଲୋଜିକାଲ ସମସ୍ୟା ରେ ଜୀବନ ମଧ୍ୟ ଚାଲିଯାଇ ଥାଏ l
ନ୍ୟୁରୋଲୋଜିକାଲ ସମସ୍ୟା ଦେଖା ଯିବାର ମୁଖ୍ୟ କାରଣ –
– ଜନସଂଖ୍ୟା ବୃଦ୍ଧି
– ଜଳବାୟୁ ପ୍ରଦୂଷଣ
– ଜୀବନ ଶୈଳୀ ପ୍ରଭାବିତ
– ଖରାପ ଲାଇଫ ଷ୍ଟାଇଲ ର ପ୍ରଭାବ
– ଖୁବ କମ ଆୟୁ ରୁ ଅଧିକ ମାନସିକ ଚାପ
ନ୍ୟୁରୋଲୋଜିକାଲ ସମସ୍ୟା ରେ ହୋଇଥାଏ ଏହିସବୁ ରୋଗ –
ଅଧ୍ୟୟନ ଅନୁସାରେ ନ୍ୟୁରୋଲୋଜିକାଲ ସମସ୍ୟା ଦେଖାଯିବା ଦ୍ୱାରା ହୋଇଥାଏ ଏହିସବୁ ରୋଗ –
– ଷ୍ଟ୍ରୋକ
– ବ୍ରେନ ଈଂଜୁରୀ
– ମାଇଗ୍ରେନ
– ଅଲଜାଇମର – ଡୀମେନ୍ସିଆ
– ମଧୁମେହ
– ମେନିନଜାଇଟିସ
– ଫିଟ୍ସ
– ଆର୍ଟିଜିମ ସ୍ପେକଟ୍ରସ ଡ଼ିସଅର୍ଡର
– କୋଷିକା କ୍ୟାନ୍ସର