ନୂଆଦିଲ୍ଲୀ : ନେପାଳରେ ରାଜ ନୈତିକ ସଙ୍କଟ ଦିନକୁ ଦିନ ଏଘନେଇବାରେ ଲାଗିଛି l ତାଜା ଖବର ଅନୁସାରେ ନେପାଳର ସତା ରୁଢ଼ କମ୍ୟୁନିଷ୍ଟ ପାର୍ଟି ଅଲିଙ୍କୁ ସଂସଦୀୟ ଦଳର ନେତା ପଦରୁ ହଟାଇ ପ୍ରଚଣ୍ଡଙ୍କୁ ନୂଆ ନେତା ଭାବରେ ବାଛିଚି l ନେପାଳର ରାଜା ନୀତିରେ ଏହା ଏକ ବଡ଼ ମୋଡ଼ ,ବର୍ତ୍ତମାନ ପ୍ରଚଣ୍ଡଙ୍କର ସ୍ଥାନ କମ୍ୟୁନିଷ୍ଟ ପାର୍ଟିରେ ସବୁଠୁ ଉର୍ଦ୍ଧରେ ରହିଛି l ଓଲି ନେପାଳର ପ୍ରଧାନମନ୍ତ୍ରୀ ରହିଥିଲେ ,କିଛିଦିନ ତଳେ ସେ ରାଷ୍ଟ୍ରପତିଙ୍କୁ ସଂସଦ ଭଙ୍ଗ କରିବା ପାଇଁ ସୁପାରିଶ କରିଥିଲେ ଯାହାପରେ ରାଷ୍ଟ୍ରପତି ସଂସଦ ଭଙ୍ଗ କରିବା ପାଇଁ ଅନୁମତି ଦେଇଥିଲେ ,ଏହାପରେ ନେପାଳରେ ରାଜନୈତିକ ସଙ୍କଟ ଘନେଇ ଥିଲା l
ବର୍ତ୍ତମାନ ନେପାଳର ମତଦାନ ଅପ୍ରେଲ କିମ୍ବା ମଇ ମାସରେ ହେବାର ସମ୍ଭାବନା ରହିଛି l ପ୍ରଚଣ୍ଡ ଚେଷ୍ଟା କରିଛନ୍ତି ଯେ ପୁରୁଣା ସାଂସଦ ମାନଙ୍କୁ ଆଉଥରେ ଯୋଡିକି ରଖିବା ପାଇଁ l ଓଲିଙ୍କର ବିରୋଧ ପାର୍ଟି ଭିତରେ ହେବ ସହିତ ଦେଶରେ ମଧ୍ୟ ହେଉଥିଲା l ଗତ ମଙ୍ଗଳବାର ଦିନ କମ୍ୟୁନିଷ୍ଟ ପାର୍ଟି ଓଲିଙ୍କୁ ପାର୍ଟିର ଅଧକ୍ଷ ପଦରୁ ହଟାଇ ପ୍ରଚଣ୍ଡଙ୍କୁ ନେତା ଭାବରେ ବାଛିଛନ୍ତି l ପାର୍ଟି ମଧ୍ୟରେ ପ୍ରଚଣ୍ଡ ଓ ଓଲିଙ୍କ ମଧ୍ୟରେ ସମ୍ପର୍କ ଠିକ ନଥିଲା ,ଏକଥା ନେପାଳ ସଂସଦରେ ସମସ୍ତ ସାଂସଦ ଜାଣିଥିଲେ l
ପ୍ରଧାନମନ୍ତ୍ରୀ ଓଲିଙ୍କ ଉପରେ ତାନାସାହା ଭାବରେ ସରକାର ଚଳାଉଥିବା ଆରୋପ ଲାଗ ଯାଇଥିଲା l ଓଲି ରାଷ୍ଟ୍ରକୁ ସମ୍ବୋଧନ କରି ନିଜ ସଫେଇରେ କହିଥିଲେ ଯେ ମୋ ବିରୁଦ୍ଧରେ ଷଡଯନ୍ତ୍ର କରାଯାଇ ମତେ ପାର୍ଟିରୁ ବାହାର କରିବାକୁ ଚେଷ୍ଟା କରାଯାଉଛି l ମତେ ପ୍ରଧାନମନ୍ତ୍ରୀ ପାଦରେ ନିଯୁକ୍ତି ଦିଆଯାଇଥିଲେ ମଧ୍ୟ ମତେ ସମସ୍ତେ ଏଡାଇ ଦେଇ ପାର୍ଟିର କାର୍ଯ୍ୟ କରୁଥିଲେ l ଓଲି ଆରୋପ ଲଗାଇଛନ୍ତି ଯେ ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ମହା ଅଭିଯୋଗ ଲଗାଇବାର ଷଡଯନ୍ତ୍ର କରା ଯାଉଥିଲା l ତେଣୁ ମୁଁ ସଂସଦ ଭଙ୍ଗ କରିବାର ନିଷ୍ପତି ନେଇଥିଲେ l
