Odisha news

ଦାମନ ରିସର୍ଟର ଏକ ହୋଟେଲରୁ ୮ ଜଣ ଭାରତୀୟଙ୍କ ମୃତୁ ଦେହ ଉଦ୍ଧାର

0

କାଠମାଣ୍ଡୁ: ନେପାଳର ଦାମନରେ ଏକ ହୋଟେଲର କୋଠରୀରେ ୮ ଜଣ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏମାନେ ସମସ୍ତେ କେରଳର ବୋଲି କୁହାଯାଉଥିବା ବେଳେ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ କାହାରି ପରିଚୟ ମିଳି ପାରି ନାହିଁ। ଦାମନ ରିସର୍ଟର ଏକ ହୋଟେଲ୍‌ରେ ୮ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ଘଟଣା ସମ୍ପର୍କରେ ଖବର ପାଇ ମକୱାନପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲା। ଏହି ଯାଞ୍ଚରୁ ଜଣାପଡ଼ିଛି କି ହୋଟେଲ୍‌ର ଏକ କୋଠରୀରେ ଏହି  ଭାରତୀୟ ପର୍ଯ୍ୟଟକମାନେ ଥିଲେ। ପ୍ରବଳ ଥଣ୍ଡା ହେଉଥିବା ଯୋଗୁଁ ସେହି କୋଠରୀରେ ଗ୍ୟାସ୍‌ ହିଟର ଲଗା ଯାଇଥିଲା। ଏହି ଗ୍ୟାସ୍‌ ହିଟରରୁ ନିର୍ଗତ ବାଷ୍ପରେ ଭାରତୀୟ ପର୍ଯ୍ୟଟକ ଅଣନିଃଶ୍ୱାସୀ ହୋଇ ମୃତ୍ୟୁମୁଖରେ ପଡ଼ିଥିବା ଅନୁମାନ କରାଯାଉଛି। ମକୱାନପୁରର ଏସପି ସୁଶୀଲ ସିଂ ରାଥୋଡ ଏହି ସୂଚନା ଦେଇଛନ୍ତି। ତେବେ ମୃତକଙ୍କ ପରିଚୟ ମିଳି ପାରି ନଥିବା ହେତୁ ପୁଲିସ ଅଧିକ ଅନୁସନ୍ଧାନ ଚଳାଇଛି।

Leave A Reply