ନୂଆଦିଲ୍ଲୀ : ଭାରତ ଏଇ ମାସରେ ନେପାଳରୁ ନିଜର ନାଗରିକ ମାନଙ୍କୁ କଲାପନି ,ଲିମ୍ପିଆଧୁରl ଓ ଲିପୁଲେଖରେ ଅବୈଧ ଭାବରେ ପଶୁଥିବା ହେତୁ ଅଟକାଇବା ପାଇଁ ଅପିଲ କରିଥିଲା l ସୂଚନା ଯୋଗ୍ୟ ଯେ ଧାରଚୁଲାର ଉପଜିଲ୍ଲା ଅଧିକାରୀ ନେପାଳର ପ୍ରଶାସନକୁ ଏହି ବାବଦରେ ଏକ ପତ୍ର ଲେଖିଥିଲେ l ବର୍ତ୍ତମାନ ନେପାଳ ଏହି ପତ୍ରର ପାଲଟା ଜବାବ ଦେଇଛି l ନେପାଳର ଦରରସ ଦାର୍ଚୁଲା ଜିଲ୍ଲା ଅଧିକାରୀ ଟେକ ସିଂହ କୁଅଁର ଏହି ପତ୍ରର ଜବାବ ଦେଇ ଲେଖିଛନ୍ତି ଯେ “ନେପାଳ ଓ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ମଧ୍ୟରେ ୧୮୧୮ ରେ ସୁଗଲି ସନ୍ଧି ହୋଇଥିଲା l ସୁଗଲି ସନ୍ଧି ଅନୁସାରେ ମହାକାଳୀ ନଦୀର ପୂର୍ବ ଭାଗ ଲିମ୍ପିଆ ଧୁରା ,କୁଟୀ ,କଲାପାନୀ ,ଗୁଞ୍ଜି ଓ ଲିପୁଲେଖ ନେପାଳର ଭୁ-ଭାଗରେ ଆସୁଛି l”
ଜିଲ୍ଲା ପ୍ରଶାସନ ପକ୍ଷରୁ ପଠା ଯାଇଥିବା ଏହି ପାତ୍ରରେ ଲେଖା ଯାଇଛି ଯେ ଚୁଁକି କ୍ଷେତ୍ର ନେପାଳର ଭୂ-ଭାଗରେ ରହିଛି ,ତେଣୁ ନେପାଳୀ ମାନେ ଏହି କ୍ଷେତ୍ରକୁ ଯିବାଆସିବା କରିବା ଏକ ସ୍ୱାଭାବିକ କଥା ଅଟେ l ନେପାଳର ପୂର୍ବତନ ଉପ ପ୍ରଧାନମନ୍ତ୍ରୀ କମଳ ଥାପl ନିଜ ଟ୍ୱିଟର ଆକାଉଣ୍ଟରେ ଏହି ପତ୍ରକୁ ସେୟାର କରିଛନ୍ତି ଓ ଲେଖିଛନ୍ତି ଯେ “ସlବାସ,ସମସ୍ତ ନେପାଳୀ ନାଗରିକ ଏହି କଥାକୁ ନେଇ ଖୁସୀ ପ୍ରକଟ କରିଛନ୍ତି l ”
ସୂଚନା ଯୋଗ୍ୟଯେ ଧାରାଚୁଲାର ଜିଲ୍ଲା ଅଧିକାରୀ ଅନିଲ କୁମାର ଶୁକ୍ଲା ଏକ ପତ୍ରଲେଖି ନେପାଳର ଜିଲ୍ଲା ପ୍ରଶାସନକୁ ଅପିଲ କରିଥିଲେ ଯେ ନେପାଳୀ ମାନଙ୍କୁ ଅବୈଧ ଭାବରେ ଭାରତକୁ ଆସୁଥିବା ହେତୁ ରୋକ ଲଗାନ୍ତୁ l ନେପାଳୀ ଗଣମାଧ୍ୟମର ରିପୋଟ ଅନୁସରେ ,ପତ୍ରରେ କୁହ ଯାଇଛି ଯେ ଧାରାଚୁଲା ଜିଲ୍ଲା ପ୍ରଶାସନକୁ ଖବର ମିଳିଛି ଯେ କଲାପାନୀ ,ଗୁଞ୍ଜି ଓ ଲିମ୍ପିଆ ଧୁରା କ୍ଷେତ୍ରରେ ନେପାଳୀ ମାନେ ଲୁଚିଛପି ପାଶୁଛନ୍ତି l କିଛି ଗୋଷ୍ଠୀ ଅବୈଧ ଭାବରେ ସୀମାପାର କରିବାକୁ ଚେଷ୍ଟା କରୁଛନ୍ତି ,ସେମାନେ ଏହିପରି କରିବାର କାରଣ ହେଲା ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିବା l ଏହା ଦ୍ୱାରା ଦୁଇ ଦେଶର ପ୍ରଶାସନକୁ ଅସୁବିଧାର ସମୁଖୀନ ହେବାକୁ ପଡୁଛି ,ଯଦି ଆପଣଙ୍କ ପାଖରେ ଏ ବିଷୟରେ କୌଣସି ସୂଚନା ରହିଛି ତେବେ ତୁରନ୍ତ ଆମକୁ ସୂଚିତ କରନ୍ତୁ l