Odisha news

NEET ରୀ – ଏଗଜାମ କୁ ନେଇ ଆସିଲା ବଡ଼ ଅପଡେଟ  

0

NTA ଘୋଷଣା ହେଲା NEET ପରୀକ୍ଷା ତାରିଖ , ୨୧ ଜୁନ୍ ରେ ହେବ NEET ପରୀକ୍ଷା , ପରୀକ୍ଷାକୁ ନେଇ NTA କଲା  ବଡ଼ ପରିବର୍ତ୍ତନ , ପରୀକ୍ଷାର୍ଥୀଙ୍କ ସୁବିଧାକୁ ଦେଖି NTA କରିଛି ଏହି ପରିବର୍ତ୍ତନ l

ନେସନାଲ ଟେଷ୍ଟିଙ୍ଗ ଏଜେନ୍ସି NTA NEET UG ୨୦୨୬ ପରୀକ୍ଷାକୁ ନେଇ ପରୀକ୍ଷାର୍ଥୀ ଙ୍କ ପାଇଁ ଅପଡେଟ ଜାରି କରିଛି, ୨୧ ଜୁନ ୨୦୨୬ ରେ ହେବାକୁ ଥିବା NEET UG ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ସୁବିଧାକୁ ଧ୍ୟାନରେ ରଖି ଗୁରୁତ୍ୱପୂର୍ଣ ପରିବର୍ତ୍ତନ କରିଛି, ନେସନାଲ ଟେଷ୍ଟିଙ୍ଗ ଏଜେନ୍ସି ପରୀକ୍ଷାର୍ଥୀ ଙ୍କ ସୁବିଧା ଦେଖି ସମୁଦାୟ ସମୟ କୁ ୧୯୫ ମିନିଟ କରିଦେଇଛନ୍ତି, ଯାହାଦ୍ୱାରା ପରୀକ୍ଷାର୍ଥୀ ପ୍ରଶ୍ନ ର ସମାଧାନ କରିବା ପାଇଁ ବିଶେଷ ସମୟ ପାଇବେ, ଏହାଛଡା ପ୍ରଶ୍ନର ରଫ ୱାର୍କ ପାଇଁ ମଧ୍ୟ ଅଧିକ କାଗଜ ଉପଲବ୍ଧ କରାଯିବ, NAT କହିଛି ଯେ ଏହି ପରିବର୍ତ୍ତନ ପିଲାଙ୍କ ସୁବିଧା ପାଇଁ କରାଯାଇଛି l

NTA ପକ୍ଷରୁ ସୂଚନା ଦିଆଯାଇଛି ଯେ NEET UG ୨୦୨୬ ର ପରୀକ୍ଷା ର ସମୟ ଦିନ ୨ଟା ରୁ ସନ୍ଧ୍ୟା ୫ଟା ୧୫ ମିନିଟ ପର୍ଯ୍ୟନ୍ତ ଆୟୋଜିତ କରାଯିବ, ଏଥିରେ ଆଟେଡାଣ୍ଟ  ସିଟ ରେ ସାଇନ କରିବା ଓ ପରୀକ୍ଷା ସହିତ ଜଡିତ ଜରୁରୀ ପ୍ରକ୍ରିୟା ମଧ୍ୟ ସାମିଲ ରହିଛି l

NTA ପକ୍ଷରୁ କୁହାଯାଇଛି ଯେ ପରୀକ୍ଷାର୍ଥୀ ମାନେ କିପରି ଠିକ ଭାବରେ ସମସ୍ତ ପ୍ରଶ୍ନକୁ ସମାଧାନ କରିପାରିବେ ସେଥିପାଇଁ ତାଙ୍କୁ ଏହି ସମୟ ଫିଡ଼ ବ୍ୟାକ ଭାବରେ ଦିଆଯାଇଛି l  NEET UG ୨୦୨୬ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କୁ କଲ୍କୁଲେସନ ଓ ଡାଇଗ୍ରାମ ପାଇଁ ଯଥେଷ୍ଟ କାଗଜ ମିଳିବ, ପୂର୍ବରୁ ରଫ ୱାର୍କ ପାଇଁ କାଗଜ ପ୍ରଶ୍ନପତ୍ର ର  ଶେଷ ଭାଗରେ ଦିଆଯାଉଥିଲା, କିନ୍ତୁ ବର୍ତମାନ ତାହା ପ୍ରଶ୍ନପତ୍ର ର ଆରମ୍ଭ ରେ ମଧ୍ୟ ମିଳିବ, ଏହାଦ୍ୱାରା ପରୀକ୍ଷାର୍ଥୀ ନିଜ ସୁବିଧା ଅନୁସାରେ କାର୍ଯ୍ୟ କରିବେ l

NTA ପକ୍ଷରୁ କୁହାଯାଇଛି ଯେ ପରୀକ୍ଷାର୍ଥୀ ମାନେ ଆଡମିଟ କାର୍ଡ ରେ ଦିଆଯାଇଥିବା ସମସ୍ତ ଇନଫର୍ମେଶନ ଠିକ ଭାବରେ ପଢିବା ଆବଶ୍ୟକ, ଏବଂ ପ୍ରତ୍ୟକ କଥାକୁ ଧ୍ୟାନରେ ରଖିବା ଜରୁରୀ ଅଟେ l

IEC 2 years
Leave A Reply