Odisha news

ଶରତ ପାୱାରଙ୍କ ଘରେ ହେଲା ବୈଠକ : NCP କହିଲା ଜସବନ୍ତ ସିହ୍ନା ଡାକିଥିଲେ ମିଟିଂ।

ନୂଆଦିଲ୍ଲୀ : NCP ମୂଖ୍ୟ ଶରତ ପାୱାରଙ୍କ ଘରେ ମଙ୍ଗଳବାର ଦିନ ବିପକ୍ଷ ଦଳର ନେତା ମାନଙ୍କର ବୈଠକ ହୋଇଥିଲା । ଏହି ବୈଠକ ଦିଲ୍ଲୀସ୍ଥିତ ତାଙ୍କ ସରକାରୀ ବାସଭବନ ୬ ଜନପଥରେ ହେଲା । ପାଖାପାଖି ଅଢ଼େଇ ଘଣ୍ଟା ବୈଠକ ଚାଲିବା ପରେ ସମାପ୍ତ ହୋଇଥିଲା । ଏହି ବୈଠକରେ କୌଣସି ଓଜନଦାର ନେତା ନଜର ଆସିନଥିଲେ । କଂଗ୍ରେସ ପକ୍ଷରୁ ମଧ୍ୟ କୌଣସି ବଡ ନେତା ଏହି ମିଟିଂରେ ଉପସ୍ଥିତ ହେଲେ ନାହିଁ । ମିଟିଂ ସାରିବା ପରେ NCP ସାଂସଦ ମାଜିଦ୍ ମେମନ୍ କହିଥିଲେ ବୈଠକ ଶରତ ପାୱାର ଡାକି ନଥିଲେ ଏହାକୁ ଯସବନ୍ତ ସିହ୍ନା ଡାକି ଥିଲେ ।
 ଏହି ବୈଠକ ସନ୍ଧ୍ୟା ୪ଟା ପରେ ଆରମ୍ଭ ହୋଇଥିଲା । ଏହି ବୈଠକରେ ନେସନାଲ କନଫରେନ୍ସର ଉପାଧ୍ୟକ୍ଷ ଓ ଜାମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲା ପହଞ୍ଚି ଥିଲେ ମଧ୍ୟ ଅଳ୍ପ ସମୟ ପରେ ବାହାରି ଯାଇଥିଲେ । ଏହି ବୈଠକରେ ଶରତ ପାୱାରଙ୍କ ଝିଅ ଓ ସାଂସଦ ସୁପ୍ରିୟା ସୁଲେ ମଧ୍ୟ ଉପସ୍ଥିତ ଥିଲେ । ଅନେକ ବଡ ବଡ ନେତା ଏହି ବୈଠକରେ ଅନୁପସ୍ଥିତ ରହିଥିଲେ । ଏହି ବୈଠକରେ ବିଜେପି ଛଡ଼ା ଅନ୍ୟ ସମସ୍ତ ରାଜନୈତିକ ଦଳର ନେତା ମାନେ ଉପସ୍ଥିତ ରହିଥିଲେ । ଗଣମାଧ୍ୟମକୁ ସୂଚନା ଦିଆଯାଇଥିଲା ଯେ କୌଣସି ରାଜନୈତିକ ଚର୍ଚ୍ଚା ହୋଇ ନଥିଲା ,କେବଳ ହେରୋଜଗାରୀ ଦର୍ ଦମ୍ ବୃଦ୍ଧିକୁ ନେଇ ଚର୍ଚ୍ଚା ହୋଇଥିଲା ।
 ଏଥିରେ କାହା ବିରୁଦ୍ଧରେ କୌଣସି ଆଲୋଚନା ମଧ୍ୟ କରାଯାଇ ନଥିଲା ।ରାଜନୈତିକ ଭେଦଭାବ ବିନା ଯସବନ୍ତ ସିହ୍ନା ଏହି ବୈଠକ ଡାକି ଥିଲେ । ସମାଜବାଦୀ ପାର୍ଟିର ନେତା ଘନଶ୍ୟାମ ତିୱାରୀ କହିଛନ୍ତି ଯେ ଆମେ ଯସବନ୍ତ ସିହ୍ନାଙ୍କୁ ଗୋଟିଏ ଦଳ ତିଆରି କରିବା ପାଇଁ ସିକୃତୀ ଦେଇଥିଲୁ । ଏହି ଦଳର କାମ ହେଲା ଦେଶରେ ଚାଲୁଥିବା ବିଭିନ୍ନ ମୂଦାକୁ ନେଇ ନିଜର ମତ ଦେବା । ଯେକୌଣସି ରାଜନୈତିକ ଦଳର ସଦସ୍ୟ ଏହି ଦଳର ଅଂଶ ହୋଇ ପାରିବ ବୋଲି ସେ କହିଥିଲେ ଏବଂ ରାଷ୍ଟ୍ର ମଞ୍ଚର ଆଉ ଗୋଟିଏ ବୈଠକ ଯଥାଶୀଘ୍ର କରାଯିବ ବୋଲି ସୂଚନା ଦେଇଥିଲେ ।
Nalco

Comments are closed.