Odisha news

ରଣପୁର ସାମ୍ବାଦିକଙ୍କ ତରଫରୁ ସହୀଦ୍ ରଘୁ-ଦିବାକରଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ

0

ରଣପୁର(ସକାଳ ଖବର.କମ )/୦୪/୦୪-ନୟାଗଡ ଜିଲ୍ଲା ସହୀଦ୍ ମାଟି ରଣପୁରର ପଂଚୁଦୋଳ ପଡିଆରେ ଥିବା ରଘୁ-ଦିବାକରଙ୍କର ପ୍ରତିମୁର୍ତ୍ତିରେ ରଣପୁର ସାମ୍ବାଦିକ ସଙ୍ଘ ତରଫରୁ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ସାମ୍ବାଦିକ ୟୁନିଅନ୍ ର କାର୍ଯ୍ୟକାରୀ ସଦସ୍ୟ ଆଚାର୍ଯ୍ୟ ବିଶ୍ୱରଂଜନ, ରଣପୁର ସାମ୍ବାଦିକ ସଙ୍ଘର ସଭାପତି ସୁକାନ୍ତ ପଟ୍ଟନାୟକ ଓ ସାମ୍ବାଦିକ କୃଷ୍ଣଚନ୍ଦ୍ର ଦାଶ ପୁଷ୍ପମାଲ୍ୟ ଅର୍ପଣ କରିଥିବା ଜଣା ପଡିଛି । ୧୯୪୨ ମସିହା ଏପ୍ରିଲ୍ ୪ ତାରିଖରେ ବ୍ରିିଟିସ୍ ସରକାରଙ୍କ ଗଡଜାତ ଅଂଚଳର ରାଜନୈତିକ ପ୍ରତିନିଧି ମେଜର୍ ବେଜେଲ୍ ଗେଟ୍ କୁ ଠେଙ୍ଗାରେ ପିଟି ପିଟି ମାରିଦେବା ଅଭିଯୋଗରେ ବିହାରର ଭାଗଲପୁର ଜେଲ୍ ରେ ରଘୁ-ଦିବାକରଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଥିଲା । ସେ ଦୁହେଁ ସହୀଦ୍ ହେଲେ ବାଦଭୁଇଁ ଗ୍ରାମର ରଘୁନାଥ ମହାନ୍ତି ଓ ଗଡବାଣିକିଲୋ ଗ୍ରାମର ଦିବାକର ପରିଡା । ରଣପୁର ଅଂଚଳରେ ଓ ତାଙ୍କ ଗ୍ରାମରେ ଥିବା ପ୍ରତିମୁର୍ତ୍ତିରେ ବିଭିନ୍ନ ଅନୁଷ୍ଠାନ ତରଫରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିବା ଜଣା ପଡିଛି । ରଣପୁର ଅଂଚଳରେ ଏପ୍ରିଲ୍ ୪ ତାରିଖକୁ ସହୀଦ୍ ଦିବସ ଭାବେ ପାଳନ କରାଯାଇଥାଏ ।

Leave A Reply