Odisha news

ନୟାଗଡ଼ରେ ବଢ଼ୁଛି ବେଆଇନ ଗୋ-ଚାଲାଣ, ପୋଲିସ୍ ଜାଣି ଚାଲିଛି କାରବାର!

ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ବେଆଇନ ଗୋ-ଚାଲାଣ ଘଟଣା ଜନ ଅସନ୍ତୋଷ ସୃଷ୍ଟି କରିଛି । ଏହି ବେଆଇନ କାର୍ଯ୍ୟ ସଂପର୍କରେ ପୋଲିସ୍ ଜାଣି ସୁଣି ନୀରବ ରହୁଥିବା କାରଣରୁ ଗୋ-ଚାଲାଣ ର୍ୟାକେଟ ସକ୍ରିୟ ହୋଇଥିବା ସାଧାରଣରେ ଅଭିଯୋଗ ହେଉଛି । ପୋଲିସ୍ ସହିତ ଗୋ-ଚାଲାଣ ମାଫିଆଙ୍କ ଭିତିରି ସଂପର୍କରେ ଦିନ ଦ୍ୱିପ୍ରହରେ ବେଆଇନ ଗୋ-ଚାଲାଣ କାର୍ଯ୍ୟ ଲୋକଙ୍କ ମଧ୍ୟରେ ଅସନ୍ତୋଷର ଦାନା ବାନ୍ଧୁଛି ।
ନୟାଗଡ଼ ଜିଲ୍ଲାରେ ଏବେ ଗୋ-ଚାଲାଣ ର୍ୟାକେଟ ସକ୍ରିୟ ହୋଇ ପଡ଼ିଛନ୍ତି । ଜିଲ୍ଲାର ବିଭିନ୍ନ ରାସ୍ତାରେ ଦୈନିକ ବେଆଇନ ଗାଇ, ବଳଦ ଏବଂ ମହିିଁଷି ବୋଝେଇ ଗାଡ଼ି ବପାହା ସ୍ଥାନକୁ ଚାଲାଣ ହେଉଥିବା ଲୋକଙ୍କ ନଜରକୁ ଆସୁଛି ।

ହେଲେ ପୋଲିସ୍ କର୍ମଚାରୀ ବା ଅଧିକାରୀ ଅନେକ ସମୟରେ ଗା-ଚାଲାଣ ମାଫିଆଙ୍କ ସହ ଭିତିରି ସଂପର୍କ ରଖି ପକେଟ ଗରମ କରୁଥିବା କାରଣକୁ ଏହି ବେଆଇନ କାର୍ଯ୍ୟ ରୋକାଯାଇ ପାରୁ ନଥିବା ଅନେକ ମତ ଦେଇଛନ୍ତି । ଏହି କାରଣରୁ ଗୋ-ସୁରକ୍ଷା ଆଇନ ଖିଲାପକାରୀ ନିର୍ଭୟରେ ଜିଲ୍ଲାର ବିଭିନ୍ନ ସଡ଼କପଥ ଦେଇ ଦିନ ଦ୍ୱିପ୍ରହରରେ ଟ୍ରକ ଟ୍ରକ ଗାଇ ଓ ମଁହିଷ ଆଦି ଗୃହପାଳିତ ପ୍ରାଣୀଙ୍କୁ ଚାଲାଣ କରିବାରେ ସକ୍ଷମ ହେଉଥିବା ଗୁରୁତର ଅଭିଯୋଗ ହେଉଛି । ଗତ ଦୁଇ ଦିନ ପୂର୍ବେ ନୟାଗଡ଼ ପୋଲିସ୍ ଗୋଟିଏ ମଁହିଷ ବୋଝେଇ ଗାଡ଼ି ଜବତ କରିଥିଲା । ବେଆଇନ ଗୋ-ଚାଲାଣ ଅପରାଧରେ ଦୁଇ ଜଣଙ୍କୁ ଗିରଫ କରିଥିଲା । ହେଲେ ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ୍ ସକ୍ଷମ ହୋଇ ନାହିଁ । ବିଭିନ୍ନ କାରଣରୁ ଗୋ-ଚାଲାଣ ମାଫିଆଙ୍କୁ ପୋଲିସ୍ ଗିରଫ କରିବାରେ ପଛଘୁଞ୍ଚା ଦେଉଛି । ଯାହା ବେଆଇନ ଗୋ-ଚାଲାଣ କାର୍ଯ୍ୟକୁ ପ୍ରୋତ୍ସାହିତ କରୁଥିବା ସାଧାରଣରେ ମତ ପ୍ରକାଶ ପାଇଛି ।

Comments are closed.