Odisha news

ପ୍ଲଟ ବ୍ୟବସାୟୀଙ୍କୁ କିଡ୍ନାପ କରି ମିଥ୍ୟା ଚୁକ୍ତିପତ୍ର କରାଇନେବା ଅଭିଯୋଗରେ ୪ ଗିରଫ

0

ନୟାଗଡ଼ : ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳର ଜଣେ ପ୍ଲଟ ବ୍ୟବସାୟୀଙ୍କୁ କିଡ୍ନାପ କରି ତାଙ୍କ ଠାରୁ ମିଥ୍ୟା ଚୁକ୍ତିପତ୍ର କରାଇ ନେବା ଅଭିଯୋଗରେ ନୂଆଗାଁ ପୋଲିସ୍ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଗଷ୍ଠ ୧୪ ତାରିଖ ଦିନ ଦଶପଲ୍ଲା ଜଗନ୍ନାଥପୁରପାଟ୍ଟଣା ଗାଁର ଯୁବକ ସୁଦର୍ଶନ ସାହୁଙ୍କୁ ୧୦ରୁ ଅଧିକ ଅଭିଯୁକ୍ତ କିଡ୍ନାପ କରି ତାଙ୍କ ନାମରେ ଥିବା ମୂଲ୍ୟବାନ ଜମିକୁ ସେଲ୍ ଏଗ୍ରିମେଣ୍ଟ କରାଇ ନେଇଥିବା ଥାନାରେ ଅଭିଯୋଗ ହୋଇଥିଲା ।

ଅଭିଯୋଗ ରୁ ପ୍ରକାଶ, ଅଗଷ୍ଟ ୧୪ ତାରିଖରେ ନୟାଗଡ଼ରୁ ନିଜ କାର୍ ରେ ଦଶପଲ୍ଲା ଫେରୁଥିବା ଦଶପଲ୍ଲା ଜଗନ୍ନଥପୁରପୁରପାଟ୍ଟଣାର ସୁଦର୍ଶନ ସାହୁଙ୍କୁ ୫ରୁ ଅଧିକ ଯୁବକ ଏକ କାରରେ ଆସି ନୂଆଗାଁ ଥାନା କୋରଡା ନିକଟ ଏକ ହମ୍ପସ୍ ଉପରେ କିଡ୍ନାପ କରି ନେଇଥିଲେ । ସୁଦର୍ଶନଙ୍କ ବେକରେ ଭୂଜାଲି ଲଗାଇ ଦିନ ପ୍ରାୟ ୨ଟା ସମୟରେ ଅପହରଣ ପରେ ଅଭିଯୁକ୍ତମାନେ ଦଶପଲ୍ଲା କଲେଜ୍ ପଛପାଖ ଜଙ୍ଗଲକୁ ନେଇ ଯାଇଥିଲେ । ସେଠାରେ ସୁଦର୍ଶନଙ୍କର ଜଣେ ବ୍ୟବସାୟୀ ସାଥୀ ବ୍ରଜେନ୍ଦ୍ର ପ୍ରସାଦ ଧଳ ଅନ୍ୟ ଅଭିଯୁକ୍ତ ସହଯୋଗରେ ସୁଦର୍ଶନଙ୍କୁ ହତ୍ୟା ଧମକ ଦେଇ ତାଙ୍କ ନାମରେ ଥିବା ମୂଲ୍ୟବାନ ଜମିକୁ ନିଜ ନାମରେ ମିଥ୍ୟା ବିକ୍ରୟ ଚୁକ୍ତି କରାଇ ନେଇଥିବା ଅଭିଯୋଗ ହୋଇଛି ।

ଘଟଣା ସଂପର୍କରେ କାହାକୁ କହିଲେ ଜୀବନରେ ମାରି ଦେବା ଧମକ ଦେଇ ଅଭିଯୁକ୍ତମାନେ ସୁଦର୍ଶନଙ୍କୁ ଛାଡ଼ି ଦେଇଥିଲେ । ଘଟଣାରେ ୧୦ରୁ ଅଧିକ ଅଭିଯୁକ୍ତ ସଂପୃକ୍ତ ଥିବା ଓ ସମସ୍ତଙ୍କୁ ସୁଦର୍ଶନ ଚିହ୍ନିଥିବା ଏତଲାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ନୁଆଗାଁ ପୋଲିସ୍ ୬୯/୨୦ ନମ୍ବର କେସ୍ ଋଜୁ କରିବା ସହ ଘଟଣାର ତଦନ୍ତ ଚଳାଇଛି । ବିଭିନ୍ନ ଦଫାରେ ୪ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନେ ବ୍ୟବହାର କରିଥିବା କାର୍ ନମ୍ବର ଓ.ଆର-୦୨-ବିପି-୦୦୯୪ କୁ ପୋଲିସ୍ ଜବତ କରିଛି ।

Nalco
Leave A Reply