Odisha news

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମ ଜୟନ୍ତୀ ଅବସରରେ ଦଳୀୟ ନେତା ଓ କର୍ମୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ

0

ଭୁବନେଶ୍ବର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମ ଜୟନ୍ତୀ ଅବସରରେ ଦଳୀୟ ନେତା ଓ କର୍ମୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇ କହିଛନ୍ତି,‘ ଓଡ଼ିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବା ତାଙ୍କର ଲକ୍ଷ୍ୟ ଥିଲା। ସେବା ଥିଲା ବିଜୁବାବୁଙ୍କ ଆଦର୍ଶ, ଯାହା ବିଜେଡିର ଲକ୍ଷ୍ୟ। ତେଣୁ ଓଡ଼ିଶାବାସୀଙ୍କ ପ୍ରିୟ ଦଳ ଅଛି ଓ ରହିବ।

ଗାଁରେ କଚା ଘର ପକ୍କା ହେଉଛି, ପାଣି, ବିଜୁଳିରେ ଘର ଉଜ୍ଜ୍ୱଳ ଦିଶୁଛି। ସେତେବେଳେ ତା ମୁହଁରେ ହସ ଆସୁଛି। ଏହା ଆମ ପାଇଁ ବଡ଼ ପୁରସ୍କାର।ମାଆ ଯେବେ ପଞ୍ଚାୟତ ଘରେ ବସି ବିକାଶ କଥା ଚିନ୍ତା କରୁଛି, ମିଶନ ଶକ୍ତି ମା ଯେବେ ଋଣ ଆଣି ବେପାର କରି ତା ପରିବାର ସମୃଦ୍ଧି ଆଣିଛି, ସେଠାରେ ବିକାଶର ଚିତ୍ର ଉଜ୍ଜ୍ୱଳ ଦିଶୁଛି। ସରକାରୀ ସ୍କୁଲ ପିଲାଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂରେ ସୁଯୋଗ ସୃଷ୍ଟି ହେଉଛି। ଯୁବସମାଜର ସ୍ୱପ୍ନ ସାକାର ହେଉଛି। ବିଜୁବାବୁଙ୍କ ଆଦର୍ଶ ଓ ଚିନ୍ତାରେ ପରିପ୍ରକାଶ ହେଉଛି। ଆହୁରି ବାଟ ଆଗକୁ ଯିବାକୁ ଅଛି। ହେଲେ ଆହୁରି ଅଧିକ କାମ କରିବାକୁ ହେବ।। ବିଜୁବାବୁଙ୍କ ନୀତି, ଆଦର୍ଶ ଓ ଚିନ୍ତାଧାରା ଆଜି ସମସ୍ତଙ୍କୁ ପ୍ରଭାବିତ କରିଛି। ଓଡ଼ିଶାର ସ୍ୱାଭିମାନ ପାଇଁ ଲଢ଼େଇ ଜାରି ରଖିବା’।

Govt
Leave A Reply