Odisha news

ନବରାତ୍ରୀ ର ଚତୁର୍ଥ ଦିନ ମା କୁଷ୍ମାଣ୍ଡା ଙ୍କୁ ପୂଜା କଲେ ହୋଇଥାଏ ରୋଗ ନାଶ ଓ ଆୟୁ ବୃଦ୍ଧି

ନବରାତ୍ରୀ ର ଚତୁର୍ଥ ଦିନରେ ମା କୁଷ୍ମାଣ୍ଡାଙ୍କୁ ପୂଜା କରା ଯାଇଥାଏ । ଏହି ଦିନ ଅତି ପବିତ୍ର ମନରେ ମାତା କୁଷ୍ମାଣ୍ଡା ଙ୍କୁ ପୂଜା ଅର୍ଚ୍ଚନା କରାଯାଏ । ମା କୁଷ୍ମାଣ୍ଡା ଙ୍କୁ ଭକ୍ତି ରେ ପୂଜା କଲେ ସମସ୍ତ ରୋଗ ବୈରାଗ ଠାରୁ ଦୂରେଇ ରହି ଥାଆନ୍ତି ।
ମା କୁଷ୍ମାଣ୍ଡାଙ୍କୁ ଅଷ୍ଟ ଭୁଜା ବୋଲି କୁହାଯାଏ । ତାଙ୍କ ଭୁଜା ଗୁଡିକରେ ବାଣ , ଚକ୍ର , ଗଦା , ଅମୃତ କଳସ , ପଦ୍ମ ଓ କମଣ୍ଡଳୁ ଥାଏ । ଆଉ ଅନ୍ୟ ଭୂଜାରେ ରିଦ୍ଧି ଓ ସିଦ୍ଧି ଧାରଣ କରି ଥାଆନ୍ତି । ମା ଙ୍କ ବାହାନ ସିଂହ ଅଟେ ।
– ମା କୁଷ୍ମାଣ୍ଡା ଙ୍କୁ ସବୁଜ ରଙ୍ଗର ବସ୍ତ୍ର ଧାରଣ କରି ପୂଜା କରିବା ଉଚିତ୍ । ମାଙ୍କ ନିକଟରେ ଧୂପ , ଦ୍ଵିପ ,ନୈବେଦ୍ୟ ଓ ଫଳ ଅର୍ପଣ କରିବା ଉଚିତ୍ ।
– ମାତା କୁଷ୍ମାଣ୍ଡାଙ୍କ ନିକଟରେ ପାଣି କଖାରୁ ବଳି ଦିଆ ଯାଇଥାଏ । ତା ସହିତ ଏହି ଫଳରେ ପ୍ରସ୍ତୁତ ମିଠା ମଧ୍ୟ ପ୍ରସାଦ ଭାବରେ ଅର୍ପଣ କରାଯାଏ ।
– ମା କୁଷ୍ମାଣ୍ଡା ଙ୍କୁ ପୂଜା କରିବା ଦ୍ୱାରା ଶରୀରର ବ୍ୟାଧି ଦୁର ହୋଇଥାଏ ଓ ଆୟୁ ବୃଦ୍ଧି ହୋଇଥାଏ । ମାଙ୍କ ନିକଟରେ ଅଖଣ୍ଡ ଦ୍ଵିପ ଜଳାଇ ରଖାଗଲେ ଜୀବନର ସମସ୍ତ ଦୁଃଖ ଦୂର ହୋଇଥାଏ ।
Nalco

Comments are closed.