ନବରାତ୍ରି ରେ କଣ ରହିଛି କନ୍ୟା ପୂଜନ ର ମହତ୍ତ୍ଵ ଓ କନ୍ୟା ମାନଙ୍କୁ ଏହି ସବୁ ଉପହାର ଦେବା ଦ୍ଵାରା ଘରକୁ ଆସିଥାଏ ସୁଖ ସମୃଦ୍ଧି
ବର୍ତ୍ତମାନ୍ ଭାରତର ପ୍ରତ୍ୟେକ ସ୍ଥାନରେ ନବରାତ୍ରି ଉତ୍ସବ ଧୁମ୍ ଧାମରେ ପାଳିତ ହେଉଛି । ଏହି ପର୍ବ ୯ଦିନ ଧରି ପାଳିତ ହୋଇଥାଏ । ଶାରଦୀୟ ନବରାତ୍ରୀ ୨୬ ସେପ୍ଟେମ୍ବର ଠାରୁ ଆରମ୍ଭ ହୋଇଛି ଓ ଅଷ୍ଟମୀ ଏବଂ ନବମୀ ତିଥିରେ ଏହା ସମାପନ ହେବ । ଏହି ୨ଟି ଦିନ କନ୍ୟା ପୂଜନ କରାଯାଇ ଥାଏ ଓ କନ୍ୟା ମାନଙ୍କୁ ଉପହାର ଦିଆ ଯାଇଥାଏ ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନବରାତ୍ରୀ ଅଷ୍ଟମୀ ଓ ନବରାତ୍ରୀ ନବମୀ ମା ଦୁର୍ଗା ଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ଛୋଟ ଛୋଟ କନ୍ୟା ଙ୍କୁ ଦେବୀ ଭାବରେ ପୂଜନ କରି ଥାଆନ୍ତି । ଏହି ସମୟରେ କନ୍ୟା ମାନଙ୍କୁ ଉପହାର ମଧ୍ୟ ଦିଆ ଯାଇଥାଏ । ଏହି ଉପହାର ଦେବା ପଛରେ ଅନେକ ମହତ୍ତ୍ଵ ରହିଥାଏ ।
* ମାନ୍ୟତା ଅନୁସାରେ ଉପହାର ଦେବା ଦ୍ଵାରା କନ୍ୟା ମାନେ ସନ୍ତୁଷ୍ଟ ହେବା ଦ୍ବାରା ଘରକୁ ସୁଖ ସମୃଦ୍ଧି ର ଆଗମନ ହୋଇଥାଏ ।
* କନ୍ୟା ପୂଜନ ବିଧି ବଧ ଭାବରେ କରାଯାଇ ଥାଏ । ଏହି ପୂଜାରେ ଯେଉଁ କନ୍ୟା ମାନେ ରଜବତୀ ହୋଇ ନଥାଆନ୍ତି ସେମାନଙ୍କୁ ପୂଜା କରାଯାଏ ।
* ସେମାନଙ୍କ ଗୋଡ଼କୁ ଧୋଇ , ପାଦ ରେ ଅଳତା ପିନ୍ଧାଇ , ସିନ୍ଦୂର ଚନ୍ଦନ ଲଗାଇ ଦୀପ ରେ ବନ୍ଦା ଯାଇଥାଏ । ଏହାପରେ ସେହି କନ୍ୟା ମାନଙ୍କୁ ପ୍ରସାଦ ସେବନ କରାଇ ଯାଇଥାଏ । ଏହାପରେ କନ୍ୟାଙ୍କୁ ଉପହାର ଦିଆଯାଏ ।
ଉପହାର ରେ କଣ ଦେବା ଆବଶ୍ୟକ –
* କନ୍ୟା ମାନଙ୍କୁ ନାଲି ରଙ୍ଗର ବସ୍ତ୍ର ଉପହାର ଭାବରେ ଦିଅନ୍ତୁ । ଯଦି ନାଲି ରଙ୍ଗର ବସ୍ତ୍ର ନଦେଇ ପାରୁଛନ୍ତି ତେବେ ନାଲି ରଙ୍ଗର ଓଢନୀ ଦିଅନ୍ତୁ । ଏହା ଦ୍ଵାରା ମା ଦୁର୍ଗତି ନାସିନି ସନ୍ତୁଷ୍ଟ ହୋଇ ଥାଆନ୍ତି ।
* ଜ୍ୟୋତିଷ ଶାସ୍ତ୍ର ଅନୁସାରେ କନ୍ୟା ମାନଙ୍କୁ ଭୋଜନ କରାଇବା ସମୟରେ ଫଳ ଉପହାର ଦେବା ଶୁଭ ହୋଇଥାଏ । କୁହାଯାଏ ଯେ ଫଳ ଉପହାର ଦେବା ଦ୍ଵାରା ଆପଣଙ୍କ ଭଲ କର୍ମର ଫଳ ଅନେକ ଗୁଣରେ ବଢ଼ି ଯାଇଥାଏ । ଶାସ୍ତ୍ର ଅନୁସାରେ ନଡିଆ ଓ କଦଳୀ ଦେବା ଶୁଭ ଅଟେ ।
* କନ୍ୟା ମାନଙ୍କୁ ପ୍ରସାଦ ଭାବରେ ମିଠାଇ ନିହାତି ଖାଇବାକୁ ଦିଅନ୍ତୁ । ମିଠା ଜିନିଷ ଖାଇବାକୁ ଦେବା ଦ୍ଵାରା ଆପଣଙ୍କ ଗୁରୁ ଗ୍ରହ ଶାନ୍ତ ରହିଥାଏ ।
* ନବରାତ୍ରୀ ସମୟରେ କନ୍ୟା ମାନଙ୍କୁ ଉପହାର ରେ ଶୃଙ୍ଗାର ସାମଗ୍ରୀ ଉପହାର ଦେବା ଶୁଭ ହୋଇଥାଏ । ଶୃଙ୍ଗାର ସାମଗ୍ରୀ ପ୍ରଥମେ ମା ଦୁର୍ଗା ଙ୍କୁ ଅର୍ପଣ କରି ପରେ କନ୍ୟାଙ୍କୁ ଦିଆଯିବା ଦ୍ଵାରା ଜୀବନ ରୁ ଦୁଃଖ ଦୁର୍ଦ୍ଦଶା ଦୂର ହୋଇଥାଏ ।
* ଶାସ୍ତ୍ର ଅନୁସାରେ ଝିଅ ଟିଏ ବିବାହ ପରେ ବିଦା ହେବା ବେଳକୁ ତା ଆଞ୍ଜୁଲି ରେ ଚାଉଳ ଦିଆଯାଇ ଥାଏ । ସେହିପରି କନ୍ୟା ପୂଜନ ପରେ ଚାଉଳ ଆଞ୍ଜୁଳ ଦେବା ଦ୍ଵାରା ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।