Odisha news

ଚୈତ୍ର ନବରାତ୍ରି ରେ ଘଟ ସ୍ଥାପନା କାହିଁକି କରାଯାଇ ଥାଏ ଏବଂ ଏହାର କଣ ରହିଛି ମହତ୍ୱ

0

ଚୈତ୍ର ମାସର ନବରାତ୍ରି ମାର୍ଚ୍ଚ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି, ଏବଂ ଅପ୍ରେଲ ୬ ତାରିଖରେ ସମାପ୍ତ ହେବ l ଅପ୍ରେଲ ୪ ତାରିଖ ରେ ମହାସପ୍ତମୀ ଓ ୫ ତାରିଖ ରେ ମହାଷ୍ଟମୀ ରହିଛି, ନବରାତ୍ରି ସମୟ ରେ ଘଟ ସ୍ଥାପନ ବିଧି ରହିଥାଏ, ଯାହାକି ହିନ୍ଦୁ ମାନ୍ୟତା ଅନୁସାରେ ନିହାତି ଜରୁରୀ l କିନ୍ତୁ ଆପଣ ଜାଣିଛନ୍ତି କି ନବରାତ୍ରି ସମୟ ରେ କଳସ ସ୍ଥାପନା କାହିଁକି କରାଯାଇଥାଏ l

କାହିଁକି ନବରାତ୍ରି ରେ ଘଟ ସ୍ଥାପନା ହୋଇଥାଏ –
ଘଟ ଅର୍ଥାତ ମାଟି କଳସ , ଏହାକୁ ନାବରାତ୍ରୀର ପ୍ରଥମ ଦିନରେ ଶୁଭ ମୁହୂର୍ତ୍ତ ରେ ମା ଦୁର୍ଗା ଙ୍କ ନିକଟରେ ସ୍ଥାପନା କରାଯାଇଥାଏ, ନବରାତ୍ରି ସମୟ ରେ ବ୍ରହ୍ମାଣ୍ଡ ରେ ଉପସ୍ଥିତ ଶକ୍ତି ମାନଙ୍କୁ ଆବାହନ କରାଯାଇ ଘଟ ରେ ସ୍ଥାପିତ କରାଯାଏ l ଏହାଦ୍ୱାରା ଘରର ସମସ୍ତ ବିପଦ ଦୂର ହୋଇଥାଏ, ଏବଂ ଗୃହ ରେ ସୁଖ ଶାନ୍ତି ସମୃଦ୍ଧି ବାସ କରିଥାଏ l

କାହିଁକି କରାଯାଏ କଳସ ସ୍ଥାପନା –
କଳସ କୁ ସୁଖ-ସମୃଦ୍ଧି , ଐଶ୍ୱର୍ଯ୍ୟ ଓ ମଙ୍ଗଳକାରୀ ର ପ୍ରତୀକ ବୋଲି କୁହାଯାଏ l କଳସ ର ମୁଖ ରେ ଭଗବାନ ବିଷ୍ଣୁ, ଗଳା ରେ ରୁଦ୍ର, ମୂଳ ରେ ବ୍ରହ୍ମା ଏବଂ ମଧ୍ୟରେ ଦେବୀ ଶକ୍ତିଙ୍କ ବାସ ହୋଇଥାଏ ବୋଲି ଗ୍ରହଣ କରାଯାଏ l କଳସ ମଧ୍ୟରେ ଜଳ ରହିଥାଏ, ଏବଂ ତାର ଅଗ୍ର ଭାଗରେ ଶ୍ରୀ ଫଳ ରହିଥାଏ l ଜଳ ବିଷ୍ଣୁ ଓ ବରୁଣ ଦେବଙ୍କ ପ୍ରତୀକ ହୋଇଥାଏ, ଏବଂ ଶ୍ରୀ ଫଳ ମତ ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥାଏ, କଳସ ଙ୍କୁ ପୂଜନ କରିବା ଦ୍ୱାରା ସମସ୍ତ ଦେବଦେବୀ ଙ୍କ ପୂଜା ହୋଇଯାଇଥାଏ l କଳସ ସ୍ଥାପନା ସମୟ ରେ ସମସ୍ତ ଦେବଦେବୀ ଙ୍କୁ ଆହ୍ୱାନ କରିବା ଜରୁରୀ ଅଟେ l ଏବଂ ମାଙ୍କୁ ସ୍ମରଣ କରି କହିବେ ଯେ ” ହେ ସମସ୍ତ ଦେବାଦେବୀ ଆପଣ ସମସ୍ତେ ୯ ଦିନ ପର୍ଯ୍ୟନ୍ତ ମୋର କଳସ ରେ ବିରାଜମାନ କରନ୍ତୁ l “

Leave A Reply