Odisha news

ଚଳିତଥର ଶାରଦୀୟ ନବରାତ୍ରିରେ ଘଟୁଛି ଅଦ୍ଭୁତ ସଂଯୋଗ  

0

ମା ଦୁର୍ଗl ଙ୍କୁ ସମର୍ପିତ ଶାରଦୀୟ ନବରାତ୍ରି ହିନ୍ଦୁ ଧର୍ମରେ ଖୁବ ମହତ୍ଵପୁର୍ଣ ଅଟେ l ପ୍ରତ୍ୟେକ ବର୍ଷ ଆଶ୍ୱିନ ମାସ ରେ ଶୁକ୍ଲପକ୍ଷ ପ୍ରତିପଦ ଠାରୁ ଶାରଦୀୟ ନବରାତ୍ରି ଆରମ୍ଭ ହୋଇଥାଏ l ଏବଂ ୯ ଦିନ ପର୍ଯ୍ୟନ୍ତ ମା ଆଦିଶକ୍ତି ଦୁର୍ଗତିନାଶିନୀ ଙ୍କ ପୂଜାର୍ଚନା କରାଯାଇ ଥାଏ l

ଶାରଦୀୟ ନବରାତ୍ରି ଅକ୍ଟୋବର ୩ତାରିଖ ଗୁରୁବାର ଠାରୁ ଆରମ୍ଭ ହେବ, ଏବଂ ଏହି ପର୍ବର ସମାପନ ଶନିବାର ଅକ୍ଟୋବର ୧୨ ତାରିଖରେ ସମାପ୍ତ ହେବ l ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ମହାଳୟା ଅମାବାସ୍ୟା ଦିନ ଯେଉଁଦିନ ପିତୃପକ୍ଷ ପୃଥିବୀ ପୃଷ୍ଠରୁ ଫେରି ଯାଇ ଥାଆନ୍ତି ଏହାପରେ ମା ଦୁର୍ଗା ନିଜର ପରିବାର ଓ ଗଣ ଙ୍କ ସହିତ ଧରାବତରଣ କରି ଥାଆନ୍ତି l ଏବଂ ଏହିଦିନ ଠାରୁ ମାଙ୍କର ନବରାତ୍ରି ପୂଜା ଆରମ୍ଭ ହୋଇଥାଏ l ଏବଂ ଏହିଦିନ ଠାରୁ ମାଙ୍କର ଘଟ ସ୍ଥାପନା କରି ୯ଟି ସ୍ୱରୂପ କୁ ପୂଜା କରାଯାଇ ଥାଏ l

ଶୁଭ ସମୟ –
ହିନ୍ଦୁ ଧର୍ମରେ ଶାରଦୀୟ ନବରାତ୍ରି ର ବିଶେଷ ମହତ୍ୱ ରହିଛି, ମା ଦୁର୍ଗା ହେଉଛନ୍ତି ଶକ୍ତିର ଉତ୍ସ, ତେଣୁ ମାଙ୍କ କୃପା ନିହାତି ଆବଶ୍ୟକ l ଚାଳିତଥର ଶାରଦୀୟ ନବରାତ୍ରି ଅକ୍ଟୋବର ୩ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି ଏବଂ ଘଟ ସ୍ଥାପନା ଦିନ ୧୨.୧୯ ମିନିଟ ରୃ ଆରମ୍ଭ ହେବ l ଏବଂ ଏହି ଶୁଭ ସମୟ ର ସମାପନ ୪ତାରିଖ ସକାଳ ୨ଟା ୫୮ ମିନିଟ ରେ ହେବ l

ମାତାଙ୍କ ବହନ ଦେଇଥାଏ ଡରିବାର ସଂକେତ –
* ମା ଦୁର୍ଗା ଯଦି ପାଲିଙ୍କି ରେ କିମ୍ବା ସଵାରୀ ରେ ଆସି ଥାଆନ୍ତି ଏହା ଶୁଭ ସଂକେତ ନୁହେଁ l ଚଳିତଥର ମା ପାଲିଙ୍କି ରେ ଆସୁଛନ୍ତି l

* ଏହା ଅର୍ଥ ବ୍ୟବସ୍ଥାକୁ ପ୍ରଭାବିତ କରିବ l
* ଦେଶ ଦୁନିଆରେ ମହାମାରୀ ଵ୍ୟାପୀବ l
* ଅନେକ ଗୁଡିଏ ଅପ୍ରାକୃତିକ ଘଟଣା ଘଟିବ l
* ଯଦି ମା ହାତୀ କିମ୍ବା ଘୋଡାରେ ଧରାବତରଣ କରନ୍ତି ତେବେ ଏହା ଶୁଭ ସୂଚନା ଦେଇଥାଏ l

Leave A Reply