Odisha news

ଚୈତ୍ରମାସ ନବରାତ୍ରି ରେ ଘଟୁଛି ଦୁର୍ଲଭ ଯୋଗ: କରନ୍ତୁ ଏହିସବୁ ଉପାୟ ଚମକି ଉଠିବ ଭାଗ୍ୟ

0

ଚଳିତ ବର୍ଷ ଚୈତ୍ର ନବରାତ୍ରି ଅପ୍ରେଲ ମାସ ୨ତାରିଖ ରୁ ଆରମ୍ଭ ହେଉଛି l ନବରାତ୍ରି ସମୟରେ ମା ଦୁର୍ଗାଙ୍କର ୯ଟି ସ୍ୱରୂପକୁ ପୂଜା କରାଯାଇ ଥାଏ l ଚଳିତ ଥର ର ନବରାତ୍ରି ରେ ବିଶେଷ ଯୋଗ ଘଟୁଛି l ତେଣୁ ଶାସ୍ତ୍ର ଅନୁସାରେ ଏହିଦିନ ମାନଙ୍କରେ ବିଧିବଦ୍ଧ ଭାବରେ ପୂଜା କରିବା ଦ୍ୱାରା ମାଙ୍କ ବିଶେଷ କୃପା ଲାଭ ହୋଇଥାଏ l

ଚୈତ୍ର ନବରାତ୍ରି ସମୟରେ ଗ୍ରହ ମାନଙ୍କର ବିଶେଷ ସ୍ଥିତି ଦେଖାଦେବ –

ଚଳିତ ଥର ନବରାତ୍ରି ସମୟରେ ମଙ୍ଗଳ ଓ ଶନି ଏକ ସାଙ୍ଗରେ ରହିବେ l ତେଣୁ ଏହି ସମୟରେ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ ଓ ସମସ୍ତ କ୍ଷେତ୍ରରେ ପରାକ୍ରମ ପ୍ରାପ୍ତି ହେବ l ଏହା ବ୍ୟତୀତ ନବରାତ୍ରି ସମୟ ରେ କୁମ୍ଭ ରାଶିରେ ଗୁରୁ ଓ ଶୁକ୍ର ଙ୍କର ମିଳିତ ଯୋଗ ପ୍ରାପ୍ତି ହେବ l ତା ସହିତ ମେଷ ରାଶିରେ ଚନ୍ଦ୍ରମା, ବୃଷ ରାଶିରେ ରହୁ, ବିଛା ରାଶିରେ କେତୁ , କନ୍ୟା ରାଶିରେ ବୁଧ ଓ ମୀନ ରାଶିରେ ସୂର୍ଯ୍ୟ ବିର୍ଜ ମାନ କରିବେ l

* ନବରାତ୍ରି ସମୟ ରେ ୯ଦିନ ଧରି ବିଶେଷ ଯୋଗ ଘଟୁଥିବା କାରଣରୁ ମା ଦୁର୍ଗାଙ୍କୁ ସନ୍ତୁଷ୍ଟ କରିବା ପାଇଁ ହଳଦିଆ ପୁଷ୍ପ, ହଳଦିଆ ବସ୍ତ୍ର, ଓ ନାଲି ରଙ୍ଗର ପତାକା କୌଣସି ମନ୍ଦିର ରେ ଦାନ କରିବା ଦ୍ୱାରା ଯଶ ବୃଦ୍ଧି ହୋଇଥାଏ l

* ନବରାତ୍ରି ସମୟରେ ପ୍ରତିଦିନ ଦୁଇ ଥର ଦୁର୍ଗା ଚାଳିଶା ପାଠ କରିବା ନିହାତି ଜରୁରୀ ଅଟେ l କାରଣ ଏହାଦ୍ୱାରା ନକାରାତ୍ମକ ଶକ୍ତି ଗୁଡିକ ଦୂର ହୋଇଥାଏ ଓ ଘରର ବାତାବରଣ ସ୍ୱଚ୍ଛ ରହିଥାଏ l

* ୯ ଦିନ ଧରି ଗାଈ କୁ କଦଳୀ ଓ ଦୁବ ଘାସ ଖାଇବାକୁ ଦେବା ଦ୍ୱାରା ରିଷ୍ଟ ଖଣ୍ଡନ ହୋଇ ଲକ୍ଷ୍ମୀଙ୍କ ଆଗମନ ହୁଏ ଓ ଆର୍ଥିକ ଅନାଟନ ଦୂର ହୋଇଥାଏ l

* ଯଦି ଆପଣଙ୍କର ବ୍ୟବସାୟ ପ୍ରତିଷ୍ଠାନ ରହିଛି ତେବେ ପ୍ରତିଦିନ ନିଜ ପ୍ରତିଷ୍ଠାନ ରେ ଗୋଟିଏ ସ୍ଥାନରେ ଘିଅ ଦୀପ ଜଳାଇ ସେଥିରେ କିଛି ରାଶି ପକାଇ ଦିଅନ୍ତୁ l ଏହାଦ୍ୱାରା ବ୍ୟବସାୟ ରେ ଉନ୍ନତି ହୋଇଥାଏ l

* ନବରାତ୍ରି ବିଶେଷତା କାରଣରୁ ଏହି ସମୟ ରେ କନ୍ୟା ପୂଜନ କରାଯାଇ ଥାଏ l ତେଣୁ ନିଜର ସାମର୍ଥ୍ୟ ଅନୁସାରେ ଛୋଟ ଛୋଟ କନ୍ୟାଙ୍କୁ ଶୃଙ୍ଗାର ସାମଗ୍ରୀ ଦେବା ଦ୍ୱାରା ମହିଳା ମାନେ ଅହିସୁଲକ୍ଷଣୀ ହୁଅନ୍ତି ଓ ପୁରୁଷମାନେ ଯଶସ୍ବୀ ହୋଇ ଥାଆନ୍ତି l

* ଧନ ଲାଭ ପାଇଁ ନବରାତ୍ରି ସମୟରେ ପ୍ରତିଦିନ ଘରୁ ବାହାରକୁ ଯିବା ସମୟରେ ହାତରେ ବେଲପତ୍ର ଓ ନାଲି ଫୁଲ ଧରି ଯାଆନ୍ତୁ l ଏହାକୁ କୌଣସି ଦୁର୍ଗା ମନ୍ଦିରରେ ଅର୍ପଣ କରି ଦିଅନ୍ତୁ l

Leave A Reply