Odisha news

କରୋନା କଟକଣା କୁ ଫୁ, ଦୋକାନ ସିଲ୍

ନାଉଗାଁ : ଲକ୍ ଡାଉନ୍ କୁ ଖାତିର୍ ନାହିଁ । ପ୍ରଶାସନ କୁ ପରବାୟ ନାହିଁ । ଯୋତେ ଆଇନ୍ କାନୁନ୍ କଡା ହଉ କିଏ ମାନୁଛି । କିଏ ଶୁଣୁଛି । ଥରେ ତାଗିଦ୍ କରି ଦୁଇ ହଜାର ଟଙ୍କା ଜୋରିମାନା ପରେ ବି ପୁଣି ବେଧଡକ •ଲିଥିବା ଅବମାନନା । ଆଗରେ ତାଲା ଆଉ ଭିତରେ ଚାଲିଥିବା ଖୋଲା । ଜଗତସିଂପୁର ଜିଲ୍ଲା ନାଉଗାଁ ବ୍ଳକ୍ ନାଉଗାଁ ହାଟ ଠାରେ ଥିବା ନିଉ ବିଜୟ ଲକ୍ଷ୍ମି କ୍ଳଥ ଷ୍ଟୋର ରେ ଗରାଖ ଭିଡ । ପ୍ରଶାସନ ପକ୍ଷରୁ ତାଙ୍କୁ ଅନେକ୍ ଥର କୁହାଯାଇଥିଲେ ମଧ୍ୟ ସେ ଶୁଣିବାକୁ ନାରାଜ୍ । ଥରେ ଦୁଇ ହଜାର ଟଙ୍କା ଜୋରିମାନା ଆଦାୟ କରି ବିଡିଓ ଛାଡି ଦେଉଥିବା ବେଳେ ଆଜି ପୁଣି ଦୋକାନ ଭିତରେ ସହ ସହ ଗରାଖ ପୁରାଇ ଭିଡ ଜମାଇ ଥିଲେ ବାବୁ ।

ଅଚାନକ ଚଢାଉ କରି ଆଜି ବିଡିଓ ପୋଲିସ ମିଳିତ ଭାବେ ଦୋକାନ ଟିକୁ ସିଲ୍ କରିବା ସହ ୨୦ ହଜାର ଟଙ୍କା ଜରିମାନା କାଟିଛନ୍ତି । ପ୍ରଶ୍ନ ଉଠେ ବାରମ୍ବାର ତାଗିଦ୍ କଲେ ମଧ୍ୟ କାହା ସହାସରେ ଖୋଲୁଥିଲା ନାଉଗାଁ ହାଟ ନିଉ କ୍ଳଥ ଷ୍ଟୋର । କିଏ ଦେଉଥିଲେ ତାଙ୍କୁ ସାହାସ । କାହା ଛତ୍ରଛାୟା ତଳେ ରହି ସେ କରି ଚାଲୁଥିଲେ ଆଇନ୍ କୁ ଅବମାନନା । ସାରା ରାଜ୍ୟ ରେ କରୋନା ମହାମାରୀ ପାଇଁ ଲକ୍ ଡାଉନ୍ ଚାଲିଥିବା ବେଳେ କିଭଳି ଥିଲା ଜଣେ ଲୁଗା ଦୋକାନୀ ଙ୍କର ଏତେ ସାହା । ଯାହା ଏବେ ତଦନ୍ତ ସାପେକ୍ଷ ।

Ad2

Comments are closed.