Odisha news

ବୈଜ୍ଞାନିକଙ୍କ ନୂଆ ଉଦ୍ଭାବନ : ନାସା ଲଞ୍ଚ କରିବ ପାଣିରେ ଉଡୁଥିବା ସାଟେଲାଇଟ୍

0

ନୂଆଦିଲ୍ଲୀ : ଆମେରିକା ଅନ୍ତରୀକ୍ଷ ଏଜେନ୍ସି ନାସା ଅତିଶୀଘ୍ର ଏପରି ଗୋଟିଏ ସାଟେଲାଇଟ ଛାଡିବାର ବ୍ୟବସ୍ଥା କରୁଛି ଯାହା ପାଣିରେ ଉଡିବ l ଏହାର ଅର୍ଥ ଏହି ସାଟେଲାଇଟରେ ପାଣି ଇନ୍ଧନ ଭାବରେ କାମ କରିବ l ଏହି ସାଟେଲାଇଟ ପୃଥିବୀର ଠାରୁ ୧୬୦ କିଲୋମିଟର ଦୂରରେ ରହିବ l ଯଦି ଏହି ମିଶନ ସଫଳ ହୋଇ ଯାଉଛି ତେବେ ଇନ୍ଧନରେ ଖର୍ଚ ହେଉଥିବା ପଇସାକୁ ରଖା ଯାଇ ପାରିବ l ନାସା ଅନୁସାରେ ଚଳିତ ମାସ ପାଠଫାଇଣ୍ଡର ଟେକ୍ନୋଲୋଜି ମାଧ୍ୟମରେ ପ୍ରଥମଥର ପାଇଁ ପାଣିରେ ଉଡିବା ସାଟେଲାଇଟକୁ ଲଞ୍ଚ କରାଯିବ l ଏହି ସାଟେଲାଇଟର ଲଞ୍ଚଇଙ୍ଗ ଫାଲକନ-୯ ରକେଟରେ ଫ୍ଲୋରିଡ଼ା ସ୍ଥିତ କେପକେନବେରଳ ସ୍ପେସ ଷ୍ଟେସନରୁ କରାଯିବ l

ଏହି ସାଟେଲାଇଟର ନାମ ନାସା V-R 3X ରଖିଛି l ଏହା ରେଡ଼ିଓ ନେଟୱାର୍କିଂଗ ଓ ନାଭିଗେସନରେ ସାହାଯ୍ୟ କରିବ l ଏହି ପ୍ରକଳ୍ପର ମ୍ୟାନେଜର କହିଛନ୍ତମାକୁ ଏଭଳି ଛୋଟ ସାଟେଲାଇଟ ପ୍ରସ୍ତୁତ କରିବା ପାଇଁ ଅନେକ ଅନୁଭୂତି ମିଳିଛି l ତା ସହିତ ଏହି ସାଟେଲାଇଟ ଜରିଆରେ ଅନ୍ତରୀକ୍ଷରେ ପ୍ରଦୂଷଣ ହେବ ନାହିଁ l ଯଦି ମିଶନ ସଫଳ ହେଲା ତେବେ ଭବିଷ୍ୟତରେ ଏହି ଟେକ୍ନୋଲୋଜି ବଡ଼ ସାଟେଲାଇଟ ପ୍ରସ୍ତୁତ କରିବା ପାଇଁ ଉପଯୋଗ କରାଯିବ l ସାଟେଲାଇଟରେ ଇନ୍ଧନ ଦେବାର କଥା ଉଠିଲେ ପ୍ରଥମେ ଏଥିରେ ଥିବା ବିପଦକୁ ଯାଞ୍ଚ କରାଯାଇଥାଏ l କିନ୍ତୁ ଭବିଷ୍ୟତରେ ପାଣି ଦ୍ୱାରା ଚାଲୁଥିବା ସାଟେଲାଇଟ ଏପରି ବିପଦ ସୃଷ୍ଟି କରିବା ନାହିଁ l

ଅନ୍ତତ ପକ୍ଷ ଦେଖିବାକୁ ଗଲେ ସାଟେଲାଇଟ ମାନେ ନିଜ ଭିତରେ ଧକା ହେବ ଦ୍ୱାରା ଆଉ ବିସ୍ଫୋଟ ହେବ ନାହିଁ l ସେ କହିଛନ୍ତି ପାଣି ଗୋଟିଏ ଶୁଦ୍ଧ ଜିନିଷ ,ଏଥିରେ କୌଣସି ବିଷାକ୍ତ ନାହିଁ l ଏହା ଜଳି ନଥାଏ ମଧ୍ୟ ଓ ଅନ୍ୟ ଇନ୍ଧନ ତୁଳନାରେ ଅଧିକ ସ୍ଥିର ରହିଥାଏ l ସେଥିପାଇଁ ଏପରି ଇନ୍ଧନର ସାହାଯ୍ୟରେ ସାଟେଲାଇଟର ଲଞ୍ଚଇଙ୍ଗ ସହଜ ହୋଇଯିବ l ପାଣିକୁ ଆମେ ମାଗଣାରେ ପାଇଥାଉ ତେଣୁ ଏହାର ଉପଯୋଗ କ୍ଷତିକାରକ ନୁହେଁ l ଫାଲକନ-୯ ରାକେଟ ପ୍ରଥମଥର ଏହି ସାଟେଲାଇଟର ଲଞ୍ଚ କରାଯିବ l ଏହା ୪ ରୁ ୬ ମାସ ଅନ୍ତରୀକ୍ଷରେ କାମ କରିବ l ଏହି ସମୟରେ ନାସା ତାହାକୁ ଯାଞ୍ଚ କରିବ ଓ ଯଦି କିଛି ସମସ୍ୟା ହେଲା ତାହାକୁ ସୁଧାରିବାକୁ ଚେଷ୍ଟା କରିବ l

Leave A Reply