ନର୍ଲା-(ଦୀପକ କୁମାର ଠାକୁର) ସ୍ଥାନୀୟ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟ ଟିକା କରଣ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନର୍ଲା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟିକାଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ବିପିଏମ ସବିର ପଧାନ ପ୍ରଥମ ଟିକା ନେଇଥିଲେ। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ତାଲିମ ପାଇଥିବା ନର୍ସ ସଞ୍ଜୁ ସାହୁ ପ୍ରଥମ ଟିକା କରଣ କରିଥିଲେ। ବବିତା ପ୍ରଧାନ , ରେଣୁକା ମହାନ୍ତି , ନର୍ଲା ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ସନତ ଶତପଥୀ, ନର୍ଲା ସରପଞ୍ଚ ଚିରଞ୍ଜିବୀ ଗୈ।ଡିଆ,ଆଶା ସଂଘର ସଭାପତି ପଙ୍କଜିନୀ ନାଏକ ତଥା ସ୍ଵାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ମୋଟ ୧୫୦ ଜଣ କୋଭିଡ ଯୋଦ୍ଧାଙ୍କ ମଧ୍ୟରୁ ୧୦୩ ଜଣ ଟିକା ଗ୍ରହଣ କରିଥିଲେ। ଆସନ୍ତା ୨୫ ତାରିଖରେ ଦ୍ଵିତୀୟ ପର୍ଯ୍ୟାୟର ଟିକା କରଣ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।
