Odisha news

ବିଶ୍ୱ ଏଡସ୍ ଦିବସରେ ଗଣଦୈ।ଡ

0

ନର୍ଲା (ଦୀପକ କୁମାର ଠାକୁର) ବିଶ୍ଵ ଏଡସ୍ ଦିବସରେ ଜନସାଧାରଣଙ୍କୁ ସଚେତନ କରାଯିବା ସହ ଏକ ଗଣଦୌଡ କାର୍ଯ୍ୟକ୍ରମ କଳାହାଣ୍ଡି ଜିଲ୍ଲା ନର୍ଲା ଠାରେ ଅନୁଷ୍ଠିତ ହୋଇଯାଇଛି। ନର୍ଲା କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ ସଚେତନତା  ଓ ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥି ଭାବେ ମଣିପୁର, ମିଜୋରାମ ପ୍ରଭାରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ, ସମ୍ମାନୀତ ଅତିଥି ରୂପେ ନର୍ଲା ପଞ୍ଚାୟତ ସମିତି ଡିଗ୍ରୀ କଲେଜ ଅଧ୍ୟାପିକା ବାସନ୍ତୀ ସାହୁ , କଂଗ୍ରେସ ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଳ ପ୍ରମୁଖ ଯୋଗଦାନ କରିଥିଲେ। ମହାମାରୀ କରୋନା ସମୟରେ ଏଡ଼ସ ରୋଗର  ଭୟାବହତା ସମସ୍ତଙ୍କ ମନରୁ ଉଭେଇ ଯାଇଥିବାରୁ ଏଥିପ୍ରତି ମଧ୍ୟ ସଚେତନତା ଓ ସଜାଗ ରହିବା ପାଇଁ ଅତିଥିଗଣ ଆହ୍ୱାନ ଦେଇଛନ୍ତି।

ନର୍ଲା ଯୁବ କଂଗ୍ରେସ ସଭାପତି ଦିପୁ ପାତ୍ରଙ୍କ ନେତୃତ୍ବରେ ଯୁବନେତା ସମୀର ଚାନ୍ଦ, ପୂର୍ବତନ ଯୁବ ସଭାପତି ତ୍ରିଲୋଚନ ପାଣିଗ୍ରାହୀ, ଆଦିବାସୀ ଜିଲ୍ଲା ସଭାପତି ପରମାନନ୍ଦ ମାଝୀ, କଂଗ୍ରେସ ସେବା ଦଳର ସୁଦାମ ଚରଣ ପଧାନ, ମହମ୍ମଦ ସାଏବ,ବବୁଲୁ ଯୋଶୀ, ପିଣ୍ଟୁ ନାଗ,ମୁନା ମାଝୀ, ମନୋଜ କରୁଆଁ, ହିମାଂଶୁ ବେହେରା,ଚିଣ୍ଟୁ ପାତ୍ର,ସୁମନ୍ତ ରଣା, ରଞ୍ଜିତ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଘଣ୍ଟମାଳ ଠାରୁ ନର୍ଲା ରେଳ ଫାଟକ ଯାଏଁ ଅନୁଷ୍ଠିତ ଗଣଦୌଡରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ଅତିଥି ମାନଙ୍କୁ ଦ୍ଵାରା ପୁରସ୍କୃତ ହୋଇଥିଲେ।

Nalco
Leave A Reply