Odisha news

ବିନା ସୂଚନା ଫଳକରେ ମନରେଗା କାମ : ସରପଂଚଙ୍କ ବାହୁବଳେ ପୁତୁରା ରାଜା।

0

ନର୍ଲା (ଦୀପକ କୁମାର ଠାକୁର) ସରକାର ମହିଳାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବିଭିନ୍ନ ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରଖିଛନ୍ତି। ବିଶେଷ କରି ରାଜନୀତି କ୍ଷେତ୍ରରେ ମହିଳାମାନେ ଜନପ୍ରତିନିଧି ଭାବେ ନିର୍ବାଚିତ ହେଲା ପରେ ସରକାରଙ୍କ କୈାଣସି ମାର୍ଗଦର୍ଶିକା ନ ଥାଇ ମଧ୍ୟ ବହୁ ସ୍ଥାନରେ ପୁରୁଷମାନେ ମହିଳାଙ୍କ ସ୍ଥାନରେ କାର୍ଯ୍ୟ କରୁଛନ୍ତି। ମହିଳା ଜନ ପ୍ରତିନିଧିମାନେ ସରକାରୀ କାଗଜପତ୍ରରେ କେବଳ ଦସ୍ତଖତ କରୁଥିବା ଦେଖାଯାଉଛି। ନର୍ଲା ବ୍ଳକ ଅନ୍ତର୍ଗତ ବାଲସିଙ୍ଗା ପଞ୍ଚାୟତର ମହିଳା ସରପଞ୍ଚଙ୍କ ବାହୁବଳେ ତାଙ୍କ ପୁତୁରା ବିଦ୍ୟାଧର ସ୍ଵାଇଁ ପଞ୍ଚାୟତରେ ରାଜ କରୁଥିବା ଅଭିଯୋଗ ହେଉଛି। ଏହି ପଞ୍ଚାୟତର ବାଲସିଙ୍ଗା ଗାଁ ନିକଟରେ ବିନା ସୂଚନା ଫଳକରେ ଚାଲିଛି କାଜୁ ବଗିଚାରେ ଗାତ ଖୋଳିବା କାମ। ତେବେ ଏଠାରେ ଗ୍ରାମ୍ୟ ରୋଜଗାର ସେବକ କିଶୋର ନାଗଙ୍କ ସହ ସରପଞ୍ଚଙ୍କ ପୁତୁରା ମିଶି ଦୁର୍ନୀତିରେ ସଂପୃକ୍ତ ରହୁଥିବା ଜନସାଧାରଣ ଅଭିଯୋଗ ଉଠାଇଛନ୍ତି। କାଜୁ ବଗିଚା କାମରେ ଜଣେ ଜଣେ ଶ୍ରମିକ ୫ ହଜାର ରୁ ୬ ହଜାର ଟଙ୍କା ଲେଖାଏଁ ପାରିଶ୍ରମିକ ପାଇବା ବଦଳରେ କମ୍ ଟଙ୍କା ପ୍ରଦାନ କରାଯାଇଛି ବୋଲି ଶ୍ରମିକ ସାଧୁ ମାଝୀ, ଘନଶ୍ୟାମ ମାଝୀ, ଶିବ ଗଉଡ,ଦେବ ହରିଜନ,ରବି ମାଝୀ କହିଛନ୍ତି।

ସାଧୁ ମାଝୀଙ୍କ କହିବା ଅନୁସାରେ ମାତ୍ର ଦୁଇ ହଜାର ଟଙ୍କା ପାରିଶ୍ରମିକ ପାଇ ବହୁ କଷ୍ଟରେ ପରିବାର ଚଳାଇ ବକେୟା ପ୍ରାପ୍ୟ ପାଇ ଆଶାବାଦୀ ଅଛନ୍ତି। ସେହିପରି କ୍ଷମା ପାତ୍ରଙ୍କ କହିବା ଅନୁଯାୟୀ ମୁଁ ଏ ଗାଁର ଭଦ୍ରବ୍ୟକ୍ତି ଭାବେ ପରିଚିତ। ମୁଁ ବିଜୁ ଜନତା ଦଳର ସକ୍ରିୟ କର୍ମୀ। ପାଞ୍ଚ ଖଣ୍ଡ ଗାଁର ପାଇକ ସମାଜର ସଭାପତି।ମୋ ଅଜାଣତରେ କେମିତି ଶ୍ରମିକଙ୍କ ଟଙ୍କା ମୋ ପାସବୁକରେ ପଡିଲା। ଏଥିଯୋଗୁଁ ମୁଁ ନିଜକୁ ଦୁଃଖି ଅନୁଭବ କରୁଛି। ଶ୍ରମିକଙ୍କ ଖାତାରେ ନ ପଡ଼ି ମୋ ଖାତାରେ ପଡ଼ିବା କେତେ ଦୂର ଯଥାର୍ଥ। ସାଧୁ ମାଝୀଙ୍କ ଟଙ୍କା ତାଙ୍କ ପାସବୁକରେ ନ ପଡ଼ି ଜଣେ ବ୍ୟକ୍ତି ହାତରେ ଟଙ୍କା ନେଇ ପୁଣି ଅଧା ଟଙ୍କା ଦେବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୁଣି ଗ୍ରାମ୍ୟ ରୋଜଗାର ସେବକଙ୍କୁ ଗ୍ରାମ ପଞ୍ଚାୟତରୁ ବାହାର କରି ପଞ୍ଚାୟତ ସମିତିରେ ବସାଇବା ଦୁର୍ନୀତିର ଧାରା ଏଠାରେ ଜଳଜଳ ଦେଖିବାକୁ ମିଳିଥିବା ଆଲୋଚନା ହେଉଛି। ତେଣେ ସୂଚନା ଫଳକ ବିଷୟରେ ପଞ୍ଚାୟତ କତୃପକ୍ଷଙ୍କୁ ଅବଗତ କରିବା ପରେ ପଞ୍ଚାୟତରେ ସୂଚନା ଫଳକ ପାଇଁ କୈାଣସି ପାଣ୍ଠି ନଥିବା ବିଷୟ ବେଶ ଚକିତ କରିଛି। ଶ୍ରମିକ ନେତା ଭୁଲାନାଥ ବାହୁକଙ୍କୁ ନ ପଚାରି ସରପଞ୍ଚଙ୍କ ପୁତୁରା ନିଜ ମର୍ଜିରେ କାର୍ଯ୍ୟ କରୁଥିବା ଓ ଦୁର୍ନୀତିରେ ଲିପ୍ତ ରହୁଥିବା ଅଭିଯୋଗ ହେଉଛି। ଏଥିପାଇଁ ଉଚ୍ଚ କତୃପକ୍ଷ ଦୃଷ୍ଟି ଦେଇ ଦୁର୍ନୀତିରେ ଜଡିତ ବ୍ୟକ୍ତି ବିଶେଷଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

Nalco
Leave A Reply