Odisha news

ବୁଢିପଦରଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

0
ନର୍ଲା (ଦୀପକ ଠାକୁର ): ଏକଲ ଅଭିଯାନ ନର୍ଲା ସଂଚ ସମିତି ଏବଂ ପତଞ୍ଜଳୀ ଯୁବା ଭାରତ ପକ୍ଷରୁ ନର୍ଲା ବ୍ଲକ ବୁଢିପଦର ଠାରେ ଆଜି ପାଳିତ ହୋଇଛି ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସ। ଏକଲ ଅଭିଯାନ ନର୍ଲା ସଂଚ ସମିତି ପ୍ରମୁଖ ରୋମାଞ୍ଚଳ ଧଙ୍ଗଡାମାଝୀଙ୍କ ତତ୍ୱବଧାନରେ ଦେବଗରି ମଠ ବୁଢିପଦର ପ୍ରାଙ୍ଗଣରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ନର୍ଲା ସଂଚ ସମିତି ସଭାପତି ବଦ୍ରି ପ୍ରସାଦ ମିଶ୍ର, ସଂପାଦକ ସାରଥି ନାଏକ, ପୂର୍ବତନ ରାକ୍ସି ସରପଞ୍ଚ ବିଜୟ ଧଙ୍ଗଡାମାଝୀ ଓ ଚନ୍ଦ୍ରମାଁ ଧଙ୍ଗଡାମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଯୋଗ ଶିକ୍ଷକ ସୁକଦେବ ସାହୁ ଯୋଗ ଶିକ୍ଷା ପ୍ରଦାନ କରିଥିବାବେଳେ ଏକଲ ଅଭିଯାନର ଗ୍ରାମ ପ୍ରମୁଖ ସତ୍ରୁଘନ ଧଙ୍ଗଡାମାଝୀ ଓ ଅଙ୍ଗନୱାଡ଼ି କର୍ମୀ ମଦନାବତି ଶିଖା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ ବୁଢିପଦର ଗ୍ରାମର ଅନେକ ମହିଳା ଓ ଶିଶୁମାନେ ଉପସ୍ଥିତ ରହି ଯୋଗ ଶିକ୍ଷା କରିବା ସହ ଏହି ବିଶେଷ ଦିବସକୁ ପାଳନ କରିଥିଲେ।
Nalco
Leave A Reply