ନର୍ଲା (ଦୀପକ କୁମାର ଠାକୁର) ନର୍ଲା ଗୋଷ୍ଠୀ ଶିକ୍ଷା କେନ୍ଦ୍ର ଅଧିନ ବିଭିନ୍ନ କ୍ଳଷ୍ଟରର 4 ପଦୋନ୍ନତି ପାଇଥିବା ସିଆରସିସିମାନଙ୍କ କାର୍ଯ୍ୟକାଳ ସମାପ୍ତ ପରେ ମଧ୍ୟ ନୂତନ ସିଆରସିସି ନିଯୁକ୍ତି ପାଇ ଏଠାରେ କୈାଣସି ପ୍ରକିୟା ଆରମ୍ଭ ହୋଇ ନ ଥିବା ସୂଚନା ମିଳେ। ନର୍ଲା ବ୍ଳକର ବଲବସପୁର କ୍ଳଷ୍ଟର ସକାଶେ ଦାସ ମାଝୀ,ବୁରାଟ କ୍ଳଷ୍ଟରରେ କେଦାର ନାଗ, ନର୍ଲା କ୍ଳଷ୍ଟରରେ ଅର୍ଜୁନ ବାଗ, ପଲମ କ୍ଳଷ୍ଟର ପାଇଁ ବିପ୍ର ବଗର୍ତ୍ତି ଓ ହରି ଭୋଇ ମୁସ୍କୁଟି କ୍ଳଷ୍ଟରରେ ସିଆରସିସି ଭାବେ କାର୍ଯ୍ୟ କରି ଆସୁଛନ୍ତି। ତେବେ ଓସେପାର ଚିଠି ନଂ 6040/ped/22 dt 21/5/22 ଅନୁସାରେ ସମଗ୍ର ଜିଲ୍ଲା ପାଇଁ ନୂତନ ଗାଇଡ ଲାଇନ ଅନୁଯାୟୀ ନୂତନ ସିଆରସିସି ନିଯୁକ୍ତି ପାଇ ସୂଚନା ଥିବା ସତ୍ବେ ନର୍ଲା ଗୋଷ୍ଠୀ ଶିକ୍ଷା କେନ୍ଦ୍ର ଅଧିନରେ ନୂତନ ସିଆରସିସି ନିଯୁକ୍ତି ପାଇବା ବିଲମ୍ବ ହେଉଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ମହଲରେ ଆଲୋଚିତ ହେଉଛି। ଅନ୍ୟ ଜିଲ୍ଲାରେ ଏହି ପ୍ରକିୟା ସମାପ୍ତ ହେବା ସତ୍ବେ ଏଠାରେ ବ୍ୟତିକ୍ରମ ହେଉଥିବା ଚର୍ଚ୍ଚା ହେଉଛି।
