Odisha news

ପଢ଼ିବାକୁ ଶିଖିବା : ଶିଖିବାକୁ ପଢ଼ିବା’ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

0

ନର୍ଲା (ଦୀପକ ଠାକୁର): କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀର ପିଲାଙ୍କ ପାଇଁ ଚାଲିଥିବା ସ୍ୱତନ୍ତ୍ର ପୁନର୍ବଳନ କାର୍ଯ୍ୟକ୍ରମ ‘ପଢ଼ିବାକୁ ଶିଖିବା : ଶିଖିବାକୁ ପଢ଼ିବା’ ଅଧୀନରେ ନର୍ଲା ବ୍ଲକର ସମସ୍ତ ଏଫ୍ଏଲ୍ଏନ୍ ଉତ୍ସର୍ଗୀକୃତ ଶିକ୍ଷକଙ୍କୁ ତାଲିମ ପ୍ରଦାନ କରାଯାଇଛି। ପାଞ୍ଚଗୋଟି ତାଲିମ କେନ୍ଦ୍ରରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ତାଲିମ ଗ୍ରହଣ କରିଥିଲେ। ଶାନ୍ତପୁର ହାଇସ୍କୁଲରେ ଶାନ୍ତପୁର, ପରବାଙ୍ଗି ଓ ବୁରାଟ କ୍ଲଷ୍ଟରର ଶିକ୍ଷକ ଶିକ୍ଷୟିତ୍ରୀ, ନର୍ଲା ହାଇସ୍କୁଲରେ ନର୍ଲା, ତୁଳାଗାଁ ଓ ଖଇରମାଳ କ୍ଲଷ୍ଟରର ଶିକ୍ଷକ ଶିକ୍ଷୟିତ୍ରୀ, ତୁଳାପଡ଼ା ହାଇସ୍କୁଲରେ ତୁଳାପଡ଼ା, ଶେରଗଡ଼, ଭାନପୁର ଓ ଘୋଡ଼ାବନ୍ଧ କ୍ଲଷ୍ଟରର ଶିକ୍ଷକ ଶିକ୍ଷୟିତ୍ରୀ, ରୁପ୍ରାରୋଡ଼ ହାଇସ୍କୁଲରେ ବଲବସପୁର, ସରିଆଁ ଓ ଭୀମକେଲା କ୍ଲଷ୍ଟରର ଶିକ୍ଷକ ଶିକ୍ଷୟିତ୍ରୀ, ଟକର୍ଲା ହାଇସ୍କୁଲରେ ରୁପ୍ରା, ମୁସ୍କୁଟି, ଶ୍ରୀପୁର ଓ ପଲମ କ୍ଲଷ୍ଟରର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଲିମ ଦିଆଯାଇଥିଲା। ନର୍ଲା ବିଇଓ ତପିମଣି ଜାନୀ, ଏବିଇଓ ଗୋବର୍ଦ୍ଧନ ମାଝୀ ଓ ସୂର୍ଯ୍ୟଦେବ ବାଗଙ୍କ ତତ୍ତ୍ୱାବଧାନରେ ସିଆରସିସି ସୁଧୀର କୁମାର ଧଙ୍ଗଡ଼ାମାଝୀ, ସୁଜିତ କୁମାର ପଣ୍ଡା, କେଦାରନାଥ ନାଗ, ଦାସ ମାଝୀ, ଅର୍ଜୁନ ବାଗ, ରଘୁପତି ହରିଜନ, ବିରଞ୍ଚି ମାଝୀ, ଦେବୀସୁଧା ଦୋରା, ବିପ୍ର ବଗର୍ତ୍ତୀ, ହେମନ୍ତ ମାଝୀ, ବିଜୟ ସୁନା, ଡମ୍ବରୁ ସାହୁ, ହରିହର ଭୋଇ, ମୀନକେତନ ସାହୁ,  ଯୌବନ ହରିଜନ, ନବୀନ ଗଉଡ଼, ସୁବାସ ମାଝୀ ପ୍ରମୁଖ ସାଧନକର୍ମୀ ଭାବେ ତାଲିମ ପ୍ରଦାନ କରିଥିଲେ।

Nalco
Leave A Reply