Odisha news

ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ପକ୍ଷରୁ ଦରି ଓ ଚୈ।କି ବଣ୍ଟନ

0

ନର୍ଲା (ଦୀପକ କୁମାର ଠାକୁର) ଅଗ୍ରଣୀ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା କ୍ରେଡିଟ ଏସ୍ଏସ ଗ୍ରାମୀଣ ଲିମିଟେଡ ପକ୍ଷରୁ ନର୍ଲା ବ୍ଳକର ରେଖପୁର, ସର୍ଗିଗୁଡା ପଂଚାୟତର ଉଲିସିର୍କା ଓ ମାଣ୍ଡେଲ ଗ୍ରାମପଞ୍ଚାୟତର ମାଣ୍ଡେଲ ଅଙ୍ଗନୱାଡି କେନ୍ଦ୍ରମାନଙ୍କୁ ଦରି ଓ ଚୈ।କି ପ୍ରଦାନ କରାଯାଇଛି। ତିନି ଗୋଟି କେନ୍ଦ୍ରକୁ ୭୨ଗୋଟି ଶିଶୁଙ୍କ ଚୈ।କି ଓ ତଲେ ବସିବା ପାଇଁ ୬ ଗୋଟି ଦରି ଦିଆଯାଇଥିବା କ୍ରେଡିଟ ଏସ୍ଏସ ଗ୍ରାମୀଣ ଲିମିଟେଡର ବ୍ରାଂଚ ମ୍ୟାନେଜର ରଜନୀକାନ୍ତ ପଧାନ ପ୍ରକାଶ କରିଛନ୍ତି। ଏହି ବଣ୍ଟନ କାର୍ଯ୍ୟକ୍ରମରେ ଡିଭିଜନ ମ୍ୟାନେଜର ସତ୍ୟ ନାରାୟଣ ପଟ୍ଟନାୟକ, ଏରିଆ ମ୍ୟାନେଜର ରାଜିନ୍ଦ୍ର ସେଠୀ,ଏଆଇଏଚ ଦିନେଶ ରେଡ୍ଡୀ ସହ ବ୍ରାଂଚର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Govt
Leave A Reply