ନର୍ଲା (ଦୀପକ କୁମାର ଠାକୁର) ନର୍ଲାବ୍ଲକ ଅନ୍ତର୍ଗତ ବାଗପୁର ଗ୍ରାମର ମୃତ ଡ୍ରାଇଭର୍ ପରିବାରକୁ ଭେଟିଛି ଓଡିଶା ଡ୍ରାଇଭର ମହାସଙ୍ଘ । ଗତ କିଛିଦିନ ପୂର୍ବରୁ ଡ୍ରାଇଭର ଇନ୍ଦ୍ରମଣି ବାଗ(33)ବର୍ଷ,ଅସୁସ୍ଥ ଥିବାବେଳେ ଭବାନୀପାଟଣା ମୁଖ୍ୟଚିକିତ୍ସାଲୟ ରେ ଭର୍ତି କରାଯାଇଥିଲା କିନ୍ତୁସ୍ୱାସ୍ଥ୍ୟ ବସ୍ତା ଅତ୍ୟଧିକ ଗୁରୁତ୍ୱ ର ହେବା ହେତୁ ଭୂବନେଶ୍ୱର ଏମ୍ସ ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯାଇଥିଲା |ଏବଂ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଗତକାଲି ତାଙ୍କର ଦେହାନ୍ତ ହୋଇଥିଲା । ଗାଁ ରେ ମୃତ ଶରୀର ପହଞ୍ଚିବା ପରେ ଗ୍ରାମ ବାସୀ ଓ ଜାତି ଭାଇ ବନ୍ଧୁ ମିଶି ସବ ସତ୍କାର କରି ଥିଲେ ଏଭଳି ଦୁଖଃଦ ଘଟଣା ଜାଣିବା ପରେ ଓଡିଶା ଡ୍ରାଇଭର ମହାସଙ୍ଘ ନର୍ଲା ଶାଖା ମହାସଙ୍ଘ ର ୬୦ ଜଣ ସଦସ୍ୟ ଗାଁ ରେ ପହଂଚି 500ମିଟର ପର୍ଯ୍ୟନ୍ତ “ଜୟ ଜଗନ୍ନାଥ” ଉଚ୍ଚାରଣ କରି “ଇନ୍ଦ୍ରମଣୀ ଅମର ରହେ “ସ୍ଲୋଗାନ ଦେଇ ଆଜି ପରିବାରର ବାପା ମା ଭାଇ ଓ ପତ୍ନୀଙ୍କୁ ଭେଟିଥିଲେ । ମୃତକଙ୍କ ପତ୍ନୀ ଲତାମଣି ବାଗ ଙ୍କୁ ଆଶ୍ବାସନା ଦେବାସହ ସଙ୍ଘ ତରଫରୁ ସାତ ହଜାର ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିଥିଲେ ।
ସଭାପତି ବିମନ୍ତ ପଧାନ,ଉପ-ସଭାପତି ଦାଶରଥି ସାହୁ,ସମ୍ପାଦକ ରବି ଧାରୁଆ,ସହ-ସମ୍ପାଦକ ମନୋଜ କୁମାର ସାହୁ,ଉପଦେଷ୍ଟା ନବୀନ ନାଗ୍ ସମେତ ମୁନ୍ନା ବାଗ, ବସନ୍ତ ବଗର୍ତ୍ତି ଓ ହେମନ୍ତ କରୁଆଁ ପ୍ରମୁଖ ଉପସ୍ଥିତ ରହି ସହଯୋଗର ହାତ ବଢ଼ାଇ ଥିଲେ ।ସେ ଜଣେ ଭଲ ଡ୍ରାଇଭର ଥିଲେ ଓ ମେଳାପୀ ଲୋକ ଥିଲେ |ସେହିପରି ବାଗପୁର ଗ୍ରାମର ଗୌନ୍ତିଆ ତଥା ପୂର୍ବତନ ସରପଞ୍ଚ ଶ୍ରୀ ଦୋଳ ଚନ୍ଦ୍ର ବାଗ ଶୋକ ବ୍ୟକ୍ତ କରିବା ସହ ବାଗ ଙ୍କ ଆତ୍ମାର ସଦଗତି କାମନା କରି ତାଙ୍କ ପରିବାର ବର୍ଗ ଙ୍କୁ ସାନ୍ତନା ଦେଇଛନ୍ତି |ପରେ ଖବର ପାଇ ନର୍ଲା ବ୍ଲକ ଜୋନ 3ର ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ପ୍ରଦୀପ କୁମାର ନାଏକ ମଧ୍ୟ ଶୋକାକୁଳ ପରିବାର କୁ ଭେଟି ଆଶ୍ୱାସନା ଦେଇଥିଲେ |ତାଙ୍କ ବିୟୋଗରେ ଗ୍ରାମ ତଥା ଅଂଚଳ ବାସୀ ଝୁରି ମରୁଛନ୍ତି |