ନର୍ଲା (ଦୀପକ କୁମାର ଠାକୁର) ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତରେ ବିଜୁ ସ୍ଵାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କମର୍ଦ୍ଧା ରାଜସ୍ୱ ନୀରିକ୍ଷକ ଗଣେଶ୍ଵର ଭୋଇ ଯୋଗ ଦେଇ ଥିବା ବେଳେ ନୋଡାଲ ଅଫିସର ଭାବେ ମସ୍କାଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟାନନ୍ଦ ବେରୁକ ଯୋଗ ଦେଇଥିଲେ। ପ୍ରଥମ ଦିବସରେ ୧୨୦ ଜଣ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯାଇଛି। ସେହିପରି କମର୍ଦ୍ଧା ପଞ୍ଚାୟତର ସମୁଦାୟ ୨୧ଟି ଗ୍ରାମର ୧୧୭୬ ଜଣ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯିବ। କାର୍ଯ୍ୟକ୍ରମଟିକୁ କମର୍ଦ୍ଧା ପଞ୍ଚାୟତର ନିର୍ବାହୀ ଅଧିକାରୀ ଗୈାରାଙ୍ଗ ମାଝୀ, ଯୋଗାଣ ସହାୟକ ସାଲେରୀ ରଂଜନ ମିଶ୍ର ପରିଚାଳନା କରିଥିବା ବେଳେ କମର୍ଦ୍ଧା ସରପଞ୍ଚ କାନ୍ତି ପାତ୍ର କାର୍ଡ ବଣ୍ଟନ ଶୁଭାରମ୍ଭ କରିଥିଲେ। ଦାୟିତ୍ଵରେ ଥିବା ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, ଶିକ୍ଷକ ବିଭୂତି ଭୂଷଣ ତାଣ୍ଡି, ନିରଞ୍ଜନ ବୁଦ୍ଧିଆ, ଭୋଦେବ ନିଆଲ, ଝସକେତନ ବୁଦ୍ଧିଆ, ବିଷ୍ଣୁ ନାରାୟଣ ଭଞ୍ଜ, ଜିଓ ଟେଗର ପରେଶ ବୁଦ୍ଧିଆ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.